ଭାରତର ପ୍ୟାରିସ୍ ଅଲିମ୍ପିକ୍ସ ଅଭିଯାନ ବହୁ ଆଶା, ଆକାଂକ୍ଷା ନେଇ ଆରମ୍ଭ ହୋଇଥିଲା। ପ୍ୟାରିସ୍କୁ ୧୧୭ଜଣିଆ ଭାରତୀୟ ଦଳ ଯାଇଥିଲା। ପ୍ରକୃତରେ କିନ୍ତୁ ୧୧୨ ଜଣ ଭାରତୀୟ ଖେଳାଳି ୧୬ ଖେଳର ୬୯ ମେଡାଲ ଇଭେଣ୍ଟ୍ରେ ଅବତୀର୍ଣ୍ଣ ହୋଇଥିଲେ। ତେବେ ଭାରତୀୟ ଦଳର ହାତକୁ ଆସିଛି ମାତ୍ର ୬ ପଦକ। ଭାରତୀୟମାନେ ଅଂଶଗ୍ରହଣ କରିଥିବା ୧୬ ଖେଳ ମଧ୍ୟରୁ କେବଳ ୪ଟିକୁ ଛାଡ଼ି ୧୨ଟି ଖେଳରେ ଭାରତ ପଦକ ଶୂନ୍ୟ ରହିଛି। ଭାରତୀୟ ଖେଳାଳିମାନେ ପଦକ ଜିତିଥିବା ଖେଳଗୁଡ଼ିକ ମଧ୍ୟରେ ରହିଛି ଆଥଲେଟିକ୍ସ, ହକି, ସୁଟିଂ ଓ କୁସ୍ତି। ସୁଟିଂରୁ ଭାରତକୁ ସର୍ବାଧିକ ତିନିଟି ପଦକ ମିଳିଛି। ରୌପ୍ୟ ରୂପରେ ସର୍ବୋଚ୍ଚ ପଦକ କିନ୍ତୁ ଆଥଲେଟିକ୍ସ (ଜାଭଲିନ୍)ରୁ ଆସିଛି। ହକି ଓ କୁସ୍ତିରେ ଗୋଟିଏ ଲେଖାଏଁ କାଂସ୍ୟ ହସ୍ତଗତ ହୋଇଛି। ଏଭଳି ଦୟନୀୟ ପ୍ରଦର୍ଶନ କୋଟିକୋଟି ଭାରତୀୟ ପ୍ରଶଂସକଙ୍କୁ ନିରାଶ କରିଛି। ଓଡ଼ିଶା କିନ୍ତୁ ଐତିହାସିକ ସଫଳତା ପାଇଛି। ଅମିତ ରୋହିଦାସ ଲଗାତାର ଅଲିମ୍ପିକ୍ସ ପଦକ ଜିତିଥିବା ହାତଗଣତି ଖେଳାଳି ମଧ୍ୟରେ ନିଜକୁ ସାମିଲ କରିଛନ୍ତି। କିଶୋର ଜେନା ମଧ୍ୟ ପୁରୁଷ ଜାଭଲିନ୍ ଖେଳିବାରେ ରାଜ୍ୟର ପ୍ରଥମ ଖେଳାଳି ହୋଇଛନ୍ତି।
Trending
- ବଢିଲା ବିଜେଡି ନେତାଙ୍କ ଅଡୁଆ, ପ୍ରୀତିରଞ୍ଜନ ଘଡେଇ ଙ୍କ ନାଁରେ ଏତଲା
- ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ଭୂକମ୍ପ ଝଟକା
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ