ପାରାଅଲିମ୍ପିକ୍ସର ଭାରତକୁ ମିଳିଲା ୨ଟି ମେଡାଲ
ଭାରତକୁ ପ୍ୟାରିସ ପାରାଅଲିମ୍ପିକ୍ସରେ ୨୯ଟି ମେଡାଲ ମିଳିଛି। ପାରା ଆଥଲେଟିକ୍ସ ଓମେନ୨୦୦ ମିଟର ଟି୧୨ର ଫାଇନାଲରେ ଭାରତର ସିମରନ ଶର୍ମା ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ମେଡାଲ ହାସଲ କରିଛନ୍ତି। ସିମରନ ୨୪.୭୫ର ପର୍ସନାଲ ବେଷ୍ଟ ସହ ରେସକୁ ସମାପ୍ତ କରିଛନ୍ତି।ମେନ୍ସ ଜାଭେଲିନ ଥ୍ରୋ ଏଫ୪୧ର ଫାଇନାଲରେ ନବଦୀପ ନିଜର ତୃତୀୟ ରାଉଣ୍ଡ ପରେ ପ୍ରଥମ ନମ୍ବରରେ ପହଞ୍ଚିଛନ୍ତି। ସେ ନିଜର ତୃତୀୟ ପ୍ରୟାସରେ ୪୭.୩୧୨ର ଦୂରତା ଅତିକ୍ରମ କରିଥିଲେ, ଯାହା ପାରାଲିମ୍ପିକ୍ସରେ ରେକର୍ଡରେ ପରିଣତ ହୋଇଛି।