ଗୌତମ ଗମ୍ଭୀର ଶ୍ରୀଲଙ୍କା ଗସ୍ତରେ ଦଳ ସହ ନୂତନ କୋଚ୍ ଭାବେ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ସେ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟି୨୦ ଟିମ୍ ଲାଗି ସେ ନୂଆ ଅଧିନାୟକ ନିଯୁକ୍ତ କରିବାକୁ ଚାହୁଁଛନ୍ତି। ହେଲେ ସେ ହାର୍ଦ୍ଦିକ ପାଣ୍ଡ୍ୟା ନୁହନ୍ତି ବରଂ ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ବିଚାର କରୁଛନ୍ତି। ଉକ୍ତ କ୍ରିକେଟର କେବଳ ଶ୍ରୀଲଙ୍କା ସିରିଜ ନୁହେଁ ବରଂ ଦୀର୍ଘ ସମୟ ଯାଏ ଏହି ପଦରେ ରହିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।ଟିମ୍ ଇଣ୍ଡିଆ ଟି୨୦ ବିଶ୍ୱକପ୍ ଜିତିବା ପରେ ଅଧିନାୟକ ରୋହିତ ଶର୍ମା ଏହି ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏଣୁ ଏହି ଦାୟିତ୍ୱ ଏବେ କିଏ ତୁଲାଇବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଜିମ୍ବାଓ୍ବେ ସିରିଜରେ ଶୁଭମନ ଗିଲ ଅଧିନାୟକ ହୋଇଥିଲେ। ହେଲେ ସିରିଜରେ ବିଶ୍ୱ ଚାମ୍ପିଅନ ଟିମ୍ର ବରିଷ୍ଠ ଖେଲାଳି ନ ଥିଲେ। ଏବେ ଜୁଲାଇ ୨୭ରେ ହେବାକୁ ଥିବା ଶ୍ରୀଲଙ୍କା ଗସ୍ତରେ ହାର୍ଦ୍ଦିକ, ସୂର୍ଯ୍ୟକୁମାର, ଋଷଭ ପନ୍ତଙ୍କ ଭଳି ଖେଳାଳି ଫେରିବେ। ଏଣୁ ହାର୍ଦ୍ଦିକଙ୍କୁ ନେତୃତ୍ୱ ଦିଆଯିବ ବୋଲି ଅନୁମାନ କରାଯାଉଥିଲା। କାରଣ ସେ ବିଶ୍ୱକପ୍ ସମୟରେ ଦଳର ଉପଅଧିନାୟକ ରହିବା ସହ ପୂର୍ବରୁ ଏକ ବର୍ଷ ଯାଏ ସେ ଏହି ଫର୍ମାଟରେ ଅଧିନାୟକ ରହିଥିଲେ।ପିଟିଆଇ ରିପୋର୍ଟରେ ଦାବି କରାଯାଇଛି ଯେ କୋଚ୍ ଗମ୍ଭୀର କେବଳ ଏହି ସିରିଜ ନୁହେଁ ବରଂ ଦୀର୍ଘ ସମୟ ଧରି ଯୋଜନା ସହ ନିଷ୍ପତ୍ତି ନେବାକୁ ଚାହୁଁଛନ୍ତି। ୨୦୨୬ ଟି୨୦ ବିଶ୍ୱକପ୍କୁ ଦୃଷ୍ଟିରେ ରଖି ସେ ସ୍ଥିର ଅଧିନାୟକ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିଲାଗି ସୂର୍ଯ୍ୟକୁମାରଙ୍କ ନାମରେ ସହମତି ହେବାର ସମ୍ଭାବନା ରହିଛି। ଏହି ମାମଲାରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ଗମ୍ଭୀର ଆଲୋଚନା କରିଛନ୍ତି। ଉଭୟ ମଙ୍ଗଳବାର ଅପରାହ୍ନରେ ପାଣ୍ଡ୍ୟାଙ୍କ ସହ କଥା ହୋଇ ନିଷ୍ପତ୍ତି ଏବଂ ଯୋଜନା ବିଷୟରେ କହିଛନ୍ତି।ତେବେ ସୂର୍ଯ୍ୟକୁମାର ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ମୋଟ ୭ ମ୍ୟାଚ୍ରେ ଅଧିନାୟକ ହୋଇଥିଲେ।
Trending
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
- ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
Prev Post
Next Post