ନ୍ୟୁୟର୍କରେ ଭାରତୀୟ ‌ଖେଳାଳି

ବିଶ୍ବକପ୍‌ ଆରମ୍ଭ କରିବା ପୂର୍ବରୁ ଭାରତୀୟ କ୍ରିକେଟର୍‌ମାନେ ନ୍ୟୁୟର୍କରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କେବଳ ବିରାଟ କୋହଲିଙ୍କ ବ୍ୟତୀତ ଅନ୍ୟ ‌ଖେଳାଳିମାନେ ନ୍ୟୁୟର୍କରେ ପହଞ୍ଚିଥିବା ବେଳେ ମଙ୍ଗଳବାରଠାରୁ ନିଜକୁ ପ୍ରସ୍ତୁତ କରିଛନ୍ତି। ଜୁନ୍‌ ପହିଲାରେ ଭାରତ ଏକମାତ୍ର ଅଭ୍ୟାସ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ଖେଳିବାକୁ ଥିବାବେଳେ କୋହଲି ଏଥିରେ ଅଂଶଗ୍ରହଣ କରିବା ନେଇ ଦ୍ବନ୍ଦ୍ବ ରହିଛି। କୋହଲିଙ୍କ ଯାତ୍ରାସୂଚୀ ସମ୍ପର୍କରେ ବିସିସିଆଇ କିଛି ସ୍ପଷ୍ଟ କରିନାହିଁ। ଆଇପିଏଲରୁ ବିଦା ହେବା ପରେ ବିଭିନ୍ନ ଫ୍ରାଞ୍ଚାଇଜ୍‌ର ଭାରତୀୟ ଖେଳାଳି ଅଲଗା ଅଲଗା ପର୍ଯ୍ୟାୟରେ ନ୍ୟୁୟର୍କ ପହଞ୍ଚିଛନ୍ତି। ଖେଳାଳିଙ୍କୁ ମ୍ୟାଚ୍‌ ପ୍ରସ୍ତୁତ ପାଇଁ ଦଳର କଣ୍ଡିସନିଂ କୋଚ୍‌ ସୋହମ ଦେଶାଇ ସହଜ ରୁଟିନ୍ ରଖିଥିବା ଘୋଷଣା କରିଛନ୍ତି।