ନିଲାମୀ ପୂର୍ବରୁ ନୂଆ ଅଧିନାୟକ ଘୋଷଣା କଲା କେକେଆର
ଆଇପିଏଲ ୨୦୨୪ ପୂର୍ବରୁ ଡିସେମ୍ବର ୧୯ ରେ ଦୁବାଇରେ ଖେଳାଳିଙ୍କ ନିଲାମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କେଉଁ ଟିମ୍ କେଉଁ ଖେଳାଳିଙ୍କୁ ରଖିବ, ତାହାକୁ ନେଇ ଲିଷ୍ଟ ପ୍ରସ୍ତୁତ କରିସାରିଛି । କିନ୍ତୁ ଏହା ପୂର୍ବରୁ କୋଲକତା ନାଇଟ ରାଇଡର୍ସ ନିଜର ଅଧିନାୟକ ଦାୟିତ୍ୱ ଭାରତୀୟ ଟିମ୍ର ଧୂଆଁଦାର ଖେଳାଳିଙ୍କୁ ଦେଇସାରିଛି ।ଟିମ୍ ନୀତିଶ ରାଣାଙ୍କ ବଦଳରେ ଶ୍ରେୟସ ଆୟରଙ୍କୁ କେକେଆର ଦାୟିତ୍ୱ ଦିଆଯାଇଛି । କେକେଆରର ସିଇଓ ଭେଙ୍କେ ମସୁର ଘୋଷଣା କରିଛନ୍ତି । ସେ ଟ୍ଵିଟ୍ କରି କହିଛନ୍ତି, ଶ୍ରେୟସ ଆୟର ଅଧିନାୟକ ଏବଂ ନୀତିଶ ରାଣା ଉପଅଧିନାୟକ ରହିବେ । ସେ କହିଛନ୍ତି, ଦୁର୍ଭାଗ୍ୟବଶଃତ ଶ୍ରେୟସ ଆୟର ଆହତ କାରଣରୁ ଆଇପିଏଲ୍ ୨୦୨୩ରେ ଖେଳିପାରିନଥିଲେ ।