ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ବକପ୍‌ ଫାଇନାଲରେ ଅଷ୍ଟ୍ରେଲିଆ

କୋଲକାତା:  ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ୩ ୱିକେଟ୍‌ରେ ପରାସ୍ତ କରିଛି ଅଷ୍ଟ୍ରେଲିଆ ।  ଏହି ପରାଜୟ ସହିତ ଦକ୍ଷିଣ ଆଫ୍ରିକାର ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ ଖେଳିବାର ସ୍ବପ୍ନ ଧୂଳିସାତ୍‌ ହୋଇଛି।  ଆସନ୍ତା ୧୯ ତାରିଖ ରେ ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ  ଭାରତୀୟ ଟିମ୍‌କୁ ମୁକାବିଲା କରିବ।  ଭାରତ ତୃତୀୟ ଥର ବିଶ୍ବକପ୍‌ ଚାମ୍ପିଅନ ହେବା ପାଇଁ ଆଶା ରଖିଥିବା ବେଳେ ଅଷ୍ଟ୍ରେଲିଆ ୬ଷଷ୍ଠ ଥର ପାଇଁ ବିଜୟୀ ହୋଇ ଇତିହାସ ରଚିବା ଲକ୍ଷ୍ୟ ରଖିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ସେମିଫାଇନାଲ ମୁକାବିଲାରେ ୨୧୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଅଷ୍ଟ୍ରେଲିଆ ପାଳି ଆରମ୍ଭ କରିଥିଲା। ଅଷ୍ଟ୍ରେଲିଆ ୪୭.୨ ଓଭରରେ ୭ଟି ୱିକେଟ୍‌ ହରାଇ ୨୧୫ ରନ୍‌ ସଂଗ୍ରହ କରିଥିଲା ।  ଟ୍ରେଭିସ୍‌ ହେଡ ବ୍ୟକ୍ତିଗତ ଭାବେ ୪୮ଟି ବଲ୍‌ ଖେଳି ୯ଟି ଚୌକା ଓ ୨ଟି ଛକା ବଳରେ ୬୨ ରନ୍‌ କରିଥିଲେ। ୱାର୍ଣ୍ଣର ୨୯ ରନ୍‌, ମିଚେଲ ମାର୍ସ ଶୂନ୍ୟ, ମାର୍ନସ ଲବୁସାନ ୧୮ ରନ୍‌ ଓ ଗ୍ଲେନ ମେକ୍ସୱେଲ ୧ ରନ୍‌ରେ ଆଉଟ୍‌ ହୋଇଥିଲେ। ତଥାପି ବୋଲରମାନେ ଭଲ ଖେଳି ଦଳକୁ ଜିତାଇଥିଲେ । ଷ୍ଟିଭେନ୍‌ ସ୍ମିଥ ୬୨ଟି ବଲ୍‌ ଖେଳି ୨ଟି ଚୌକା ସହାୟତାରେ ୩୦ ରନ୍‌ କରିଥିଲେ। ଜୋସ୍‌ ଇଙ୍ଗିଲିସ ୨୯ଟି ବଲ୍‌ ଖେଳି ୩ଟି ଚୌକା ସହାୟତାରେ ୨୮ ରନ୍‌ କରିଥିଲେ। ମିଚେଲ ଷ୍ଟାର୍କସ ଅପାରାଜିତ ୧୬ ଓ ଅଧିନାୟକ ପେଟ୍‌ କମିନ୍ସ ଅପରାଜିତ ୧୪ ରନ୍‌ ସଂଗ୍ରହ କରିଥିଲେ।  ଜିଣି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।   ବିସ୍ଫୋରକ ବ୍ୟାଟର ଡେଭିଡ ମିଲର ଧୈର୍ଯ୍ୟର ସହିତ ବ୍ୟାଟିଂ କରିଥିଲେ। ସେ  ୧୧୬ଟି ବଲ୍‌ ସାମ୍ନା କରି ୮ଟି ଚୌକା ଓ ୫ଟି ଛକା ବଳରେ ୧୦୧ ରନ୍‌ କରିଥିଲେ।