ଟି-ଟ୍ବେଣ୍ଟି କ୍ରିକେଟରେ ସେମିରେ ପ୍ରବେଶ କଲା ଭାରତ

ନୂଆଦିଲ୍ଲୀ : ଏସିଆନ ଗେମସରେ ଟି-ଟ୍ବେଣ୍ଟି କ୍ରିକେଟରେ ନେପାଳକୁ ହରାଇ ସେମିଫାଇନଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ୨୩ ରନରେ ପରାସ୍ତ ହୋଇଛି ନେପାଳ । ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ବିନିମୟରେ ୨୦୨ ରନ କରିଥିବାବେଳେ ନେପାଳ ୧୭୯ ରନରେ ଅଟକି ଯାଇଥିଲା । ଜୟସ୍ବାଲ ୪୯ ବଲରେ ସେଞ୍ଚୁରୀ ମାରିଥିବାବେଳେ ଏଥିରେ ସାତଟି ଛକା ଓ ଆଠଟି ଚୌକା ସାମିଲ ଥିଲା । ଓଜୟସ୍ବାଲ ପ୍ରଥମରୁ ଆକ୍ରମଣାତ୍ମକ ଖେଳ ଖେଳି ମାତ୍ର ୫୯ ବଲରେ ୧୦୩ରନ କରି ଶକ୍ତିଶାଳୀ ମୂଳଦୁଆ ପକାଇଥିଲେ । ସେହିପରି ଶିବମ ଦୁବେ ୧୯ ବଲରେ ୨୫ ରନ, ରିଙ୍କୁ ସିଂହ ୧୫ ବଲରେ ୩୭ ରନ ବଳରେ ଭାରତ ୨ଶହ ପାର କରିଥିଲା । ଏହାପରେ ନେପାଳ ୨୦୨ରନର ପିଛା କରି ୧୩ ଓଭର ସୁଦ୍ଧା ୪ ୱିକେଟ ହରାଇ ୧୨୦ ରନ କରି ଭଲ ସ୍ଥିତିରେ ଥିଲା । ହେଲେ ପରେ କିନ୍ତୁ ଭାରତୀୟ ବୋଲରଙ୍କୁ ସାମ୍ନା କରିନପାରି ୧୭୯ ରନରେ ସୀମିତ ରହିଯାଇଥିଲା । ଭାରତ ପକ୍ଷରୁ ବିଷ୍ଣୋୟୀ ୩ ୱିକେଟ ନେଇଥିଲେ ।