ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟ୍ ଦୁଇ ଦଳଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। କାରଣ ଭାରତ ଏବେ ୨-୧ରେ ଶୃଙ୍ଖଳାରେ ଆଗୁଆ ଥିବା ବେଳେ ରାଞ୍ଚିରେ ଜିତିଲେ ଶୃଙ୍ଖଳା କବ୍ଜା କରିନେବ। ତେଣୁ ଶୃଙ୍ଖଳାରେ ଜୀବିତ ରହିବାକୁ ହେଲେ ଇଂଲଣ୍ଡକୁ ଏହି ମ୍ୟାଚ୍ ଜିତିବା କିମ୍ବା ଅମୀମାଂସିତ ରଖିବା ଆବଶ୍ୟକ ହୋଇପଡ଼ିଛି। କିନ୍ତୁ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରାଙ୍କ ଅନୁପସ୍ଥିତି ଭାରତୀୟ ଦଳ ପାଇଁ ବଡ଼ ଆହ୍ବାନ ହେବ। ଭାରତର ବିଜୟଗୁଡ଼ିକରେ ବୁମ୍ରାଙ୍କ ବଡ଼ ଯୋଗଦାନ ରହୁଥିଲା। ତେଣୁ ରାଞ୍ଚିରେ ତାଙ୍କ ଅନୁପସ୍ଥିତି ଅନୁଭବ ହେବା ସ୍ବାଭାବିକ। ଏହାସତ୍ତ୍ବେ ଭାରତୀୟ ଦଳ ପରିସ୍ଥିତିରେ ସୁହାଇଯିବାକୁ ପ୍ରସ୍ତୁତ ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ଯୁବ ପ୍ରତିଭା ଯଶସ୍ବୀ ଜୟସ୍ବାଲ, ସର୍ଫରାଜ ଖାନ୍, ଶୁବମନ ଗିଲ୍ ଶୀର୍ଷକ୍ରମରେ ଦଳକୁ ଶକ୍ତି ଯୋଗାଇବେ। ତଥାପି ବୁମ୍ରାଙ୍କ ସ୍ଥାନ ନେବାକୁ ବେଙ୍ଗଲ୍ର ମୁକେଶ କୁମାର ଓ ଆକାଶ ଦୀପ୍ଙ୍କୁ ମଧ୍ୟ ପରୀକ୍ଷା ଦେବାକୁ ପଡ଼ିବ। ରଣଜୀ ଟ୍ରଫିରେ ୧୦ ୱିକେଟ୍ ସଫଳତା ପାଇଥିବା ମୁକେଶ କେବଳ ଜଣେ ଅଭିଜ୍ଞ ବୋଲର ନୁହନ୍ତି ବରଂ ବୁମ୍ରାଙ୍କ ସହ ବିଶାଖାପାଟଣା ଟେଷ୍ଟ୍ରେ ମଧ୍ୟ ସାଥୀ ବୋଲର୍ ଥିଲେ। ତେଣୁ ତାଙ୍କୁ ରାଞ୍ଚିରେ ସୁଯୋଗ ମିଳିବା ସମ୍ଭାବନା ରହୁଛି।
Trending
- ପାଟନା ସିଭିଲ କୋର୍ଟରେ ଗୁଳିକାଣ୍ଡ ମାମଲାରେ ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍
- ରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଥିବା ବେଳେ ୧୯,୯୨୪ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
- ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼,ବ୍ୟବସାୟୀଙ୍କ ସାମଗ୍ରୀରେ ପାଣି ପଶି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
Next Post