ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି । ଜଣଙ୍କ ପରେ ଜଣେ ଖେଳାଳି ଆହତ ହେବା ଏବେ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟିଛି । ପୂର୍ବରୁ ଭାରତୀୟ ଟିମ୍ ପାଇଁ ଯେଉଁ ଡର ରହିଥିଲା ତାହା ଏବେ ସତ୍ୟ ପ୍ରମାଣିତ ହୋଇଛି । ଇଂଲଣ୍ଡ ବିପକ୍ଷ ସିରିଜରୁ ବାଦ୍ ପଡ଼ିଛନ୍ତି ବିରାଟ କୋହଲି । ବ୍ୟକ୍ତିଗତ କାରଣରୁ ବିରାଟ ପ୍ରଥମ ଦୁଇଟି ମ୍ୟାଚ ଖେଳିନଥିବା ବେଳେ ଏବେ ସେ ପରବର୍ତ୍ତୀ ୩ଟି ମ୍ୟାଚରେ ଖେଳିବେ ନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆ)କୁ ସୂଚନା ଦେଇଥିବା ଜଣାପଡ଼ିଛି ।ଗତ ୯ ତାରିଖରେ ସିଲେକ୍ସନ କମିଟିର ଏକ ବୈଠକ ବସିଥିବା ବେଳେ ସେ ପରବର୍ତ୍ତୀ ୩ଟି ମ୍ୟାଚରେ ଖେଳିବେ ନାହିଁ ବୋଲି ବିରାଟ କହିଥିଲେ । ତେବେ ଆଗାମୀ ମ୍ୟାଚଗୁଡ଼ିକରେ ବିରାଟ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇଯିବା ପରେ ଏବେ ବିସିସିଆଇ ନୂଆ ଖେଳାଳିଙ୍କ ସନ୍ଧାନ କରିବ । ଇଂଲଣ୍ଡ ବିପକ୍ଷ ସିରିଜ ଏବେ ୧-୧ରେ ବରାବର ରହିଥିବା ବେଳେ ଏହି ସିରିଜ୍ ଜିତିବା ପାଇଁ ଭାରତକୁ କଡ଼ା ସଂଘର୍ଷ କରିବାକୁ ପଡ଼ିବ ।ସୂଚନା ଯୋଗ୍ୟ ଯେ, ବ୍ୟକ୍ତିଗତ ସମସ୍ୟା କାରଣରୁ ପ୍ରଥମ ଦୁଇଟି ଟେଷ୍ଟରୁ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ ବାଦ୍ ପଡ଼ିଥିଲେ । ସେହିପରି ଆଘାତ ଜନିତ ସମସ୍ୟା କାରଣରୁ ଦ୍ୱିତୀୟ ଟେଷ୍ଟରେ ରବିନ୍ଦ୍ର ଜାଡ଼େଜା ଓ କେଏଲ ରାହୁଲ ଖେଳି ପାରିନଥିଲେ । ରାହୁଲ ଏବେ ଫିଟ ହୋଇ ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ ହେଉଥିବା ବେଳେ ସାର୍ ଜାଡ଼େଜାଙ୍କ ସ୍ଥିତିକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ ।
Trending
- ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନିଜର ନୂଆ ଯୁବ ବାହିନୀ, ଇପ୍ସିତା ଓ ଚିନ୍ମୟଙ୍କୁ ମିଳିଲା ଗୁରୁଦାୟିତ୍ବ
- ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ,ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
- ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ ହୋଇଛି
- ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ
- ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
Prev Post
Next Post