ଗିଲଙ୍କ ଦ୍ବିଶତକ, ରୋମାଞ୍ଚକର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୧୨ ରନରେ ହରାଇଲା ଭାରତ
୧୨ ରନରେ ନ୍ୟୁଜିଲାଣ୍ଡକୁ ହରାଇ ଜିତିଲା ଭାରତ । ରୋମାଂଚକର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଶେଷ ଓଭରରେ ପରାସ୍ତ କରିଛି ଭାରତ । ଭାରତ ପକ୍ଷରୁ ୩୫୦ ରନର ଟାର୍ଗେଟ ଥିଲା ନ୍ୟୁଜିଲାଣ୍ଡ ଆଗରେ । ୭ମ ସ୍ଥାନରେ ଆସିଥିବା ମାଇକେଲ ବ୍ରେସଓ୍ବେଲଙ୍କ ଲଢୁଆ ଇନିଂସ ମ୍ୟାଚକୁ ରୋମାଞ୍ଚକର ସ୍ଥିତିକୁ ନେଇ ଆସିଥିଲା ।
The @mdsirajofficial effect! 🔥🔥
Middle stump out of the ground 👌
Live – https://t.co/IQq47h2W47 #INDvNZ @mastercardindia pic.twitter.com/mxYajNShmC
— BCCI (@BCCI) January 18, 2023
ସାଣ୍ଟନର ୫୭ ରନ କରି ଆଉଟ ହୋଇଥିଲେ । ବ୍ରେସଓ୍ବେଲ ଶତକ କରିଥିଲେ । ଶେଷ ଓଭରରେ ନ୍ୟୁଜିଲାଣ୍ଡ ଜିତିବାକୁ ୨୦ ରନ ଆବଶ୍ୟକ କରୁଥିବା ବେଳେ ଶାର୍ଦ୍ଦୁଲ ଠାକୁର ବୋଲିଂ ପାଇଁ ଆସି ଦ୍ବିତୀୟ ବଲରେ ୟର୍କର ବଲରେ ବିଫଳ ହୋଇ ଆଉଟ ହୋଇଥିଲେ ବ୍ରେସଓ୍ବେଲ । ସେ ୧୪୦ ରନ କରି ଆଉଟ ହୋଇଥିଲେ । ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରୋହିତ ଶର୍ମା ଭଲ ଆରମ୍ଭ କରିଥିଲେ ମଧ୍ୟ ଅର୍ଧଶତକ କରିପାରିନଥିଲେ । ରୋହିତ ଶର୍ମା ୩୪ ରନ କରି ଆଉଟ ହୋଇଥିଲେ । ଗିଲଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରଖି ଦ୍ବିଶତକ କରିଥିଲେ । ବିରାଟ କୋହଲି, ଇଶାନ କିଷନ ଶସ୍ତାରେ ଆଉଟ ହୋଇଯାଇଥିଲେ । ସୂର୍ଯ୍ୟକୁମାର ମଧ୍ୟ ୩୧ରନ କରିଥିଲେ । ଶତକ ପୂରଣ କରିବା ପରେ ଗିଲ ଆହୁରି ବିସ୍ଫୋରକ ବ୍ୟାଟିଂ କରି ୯ଟି ଛକା ଓ ୧୯ଟି ଚୌକା ସହ ୨୦୮ ରନ କରି ଆଉଟ ହୋଇଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୩୪୯ ରନ କରିଥିଲା । ଆଜିର ମ୍ୟାଚରେ ମହମ୍ମଦ ସିରାଜ ଚାରିଟି ଉଇକେଟ ନେଇଥିଲେ । କୂଳଦୀପ ଯାଦବ ଦୁଇଟି ଉଇକେଟ ନେଇଥିବା ବେଳେ ଶାର୍ଦୁଳ ଠାକୁର ଦୁଇଟି ଉଇକେଟ ନେଇଥିଲେ ।
A high scoring thriller in Hyderabad!#TeamIndia clinch a 12-run victory and take a 1️⃣-0️⃣ lead in the #INDvNZ ODI series 👏🏻
Scorecard ▶️ https://t.co/DXx5mqRguU @mastercardindia pic.twitter.com/aQdbf25By4
— BCCI (@BCCI) January 18, 2023