ଋତୁରାଜ ଗାଏକ୍ବାଡଙ୍କ ୫୨ ବଲ୍ ଶତକକୁ ଫିକା ପକାଇଦେଲା ଗ୍ଲେନ୍ ମ୍ୟାକ୍ସୱେଲଙ୍କ ୪୭ ବଲ୍ ଶତକ। ତୃତୀୟ ଟ୍ବେଣ୍ଟି-୨୦ରେ ଭାରତକୁ ଶେଷ ବଲ୍ ଚୌକାରେ ହରାଇ ଅଷ୍ଟ୍ରେଲିଆ ଶୃଙ୍ଖଳାକୁ ଜୀବନ୍ତ କରିଛି। ଭାରତ ରଖିଥିବା ୨୨୩ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲେ ମଧ୍ୟ ରନ୍ ରେଟ୍କୁ ଆବଶ୍ୟକ ଅନୁସାରେ ଜାରି ରଖିଥିଲା। ଗ୍ଲେନ୍ ମ୍ୟାକ୍ସୱେଲ୍ (୪୮ ବଲ୍ରୁ ୧୦୪* ରନ୍) ଏବଂ ଅଧିନାୟକ ମାଥ୍ୟୁ ୱେଡ୍ (୧୬ ବଲ୍ରୁ ୨୮* ରନ୍) ଅତୁଟ ଷଷ୍ଠ ୱିକେଟ୍ ପାଇଁ ୪୦ ବଲ୍ରୁ ୯୧ ରନ୍ ଯୋଡ଼ି ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ଶେଷ ୨ ଓଭରରୁ ୪୩ ରନ୍ ଆବଶ୍ୟକ ପଡ଼ିଥିବାବେଳେ ଅକ୍ଷର ପଟେଲ୍ (୨୨ ରନ୍) ଏବଂ ପ୍ରସିଦ୍ଧ କୃଷ୍ଣ (୨୧ ରନ୍)ଙ୍କଠାରୁ ଏହି ବାମ-ଡାହାଣ ଯୋଡ଼ି ଅସମ୍ଭବକୁ ସମ୍ଭବ କରିଥିଲେ। ଶେଷ ଓଭରରେ ୨୧ ରନ୍ ପଶ୍ଚାତଧାବନ କରି ଜିତିବାରେ ଅଷ୍ଟ୍ରେଲିଆ ମଧ୍ୟ ରେକର୍ଡ କରିଛି। ମ୍ୟାକ୍ସୱେଲ୍ ସର୍ବାଧିକ ୪ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଶତକ ହାସଲ କରି ରୋହିତ ଶର୍ମାଙ୍କ ରେକର୍ଡର ସମକକ୍ଷ ମଧ୍ୟ ହୋଇଛନ୍ତି। ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ତାଙ୍କୁ ମିଳିଛି। ଚତୁର୍ଥ ମ୍ୟାଚ୍ ଶୁକ୍ରବାର ରାୟପୁରରେ ଖେଳାଯିବ।
Trending
- ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ,ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
- ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ ହୋଇଛି
- ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ
- ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
- ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ
Prev Post
Next Post