ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି ଜଣେ ଷ୍ଟାର ଅଲରାଉଣ୍ଡର । ସୋସିଆଲ ମିଡିଆରେ ଏକ ଛୋଟ ପୋଷ୍ଟ କରି ସେ ହଠାତ୍ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏହି ଇମୋସନାଲ ପୋଷ୍ଟ କରି କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେଇଛନ୍ତି ଏହି ଷ୍ଟାର ଅଲରାଉଣ୍ଡର । ବିଶ୍ୱକପ ପରେ ପରେ ସେ ଅଚାନକ ଏଭଳି ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରି ଦେଇଛି । କ୍ରିକେଟ କ୍ୟାରିୟରରେ ସପୋର୍ଟ କରିଥିବା ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଇ କ୍ରିକେଟ ଜଗତରୁ ସେ ବିଦାୟ ନେଇଛନ୍ତି ।ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ପାକିସ୍ତାନର ଷ୍ଟାର ଅଲରାଉଣ୍ଡର ଇମାଦ ୱାସିମ । ଦୀର୍ଘ ଦିନରୁ ଦଳରେ ସ୍ଥାନ ମିଳୁ ନଥିବାରୁ ସେ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି । ଏହାବ୍ୟତୀତ ଦଳରେ ଅନେକ ଖେଳାଳିଙ୍କ ସହ ତାଙ୍କର ସମ୍ପର୍କ ମଧ୍ୟ ଭଲ ନଥିଲା । ତେବେ ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ୱକପରେ ମଧ୍ୟ ତାଙ୍କୁ ପାକିସ୍ତାନ ଟିମରେ ସ୍ତାନ ମିଳି ନଥିଲା । ତେଣୁ ବିଶ୍ୱକପ ସରିବା ମାତ୍ରେ କ୍ରିକେଟରୁ ବିଦାୟ ନେଇଛନ୍ତି ଇମାଦ । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ସନ୍ନ୍ୟାସ ନେଇ ଘୋଷଣା କରିଛନ୍ତି ।ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, “କିଛି ଦିନରୁ ମୋ ଅନ୍ତର୍ଜାତୀୟ କ୍ରିକେଟକୁ ନେଇ ଚିନ୍ତା କରୁଥିଲି । କିନ୍ତୁ ବର୍ତ୍ତମାନ କ୍ରିକେଟରୁ ଅବସର ନେବାର ଉଚିତ ସମୟ ବୋଲି ମୋତେ ଅନୁଭବ ହେଉଛି । ପ୍ରକିସ୍ତାନ କ୍ରିକେଟ ବୋର୍ଡ ତରଫରୁ ମୋତେ ମୋ କ୍ରିକେଟ କ୍ୟାରିୟରରେ ମିଳିଥିବା ସମର୍ଥନ ପାଇଁ ଧନ୍ୟବାଦ ଦେବାକୁ ଚାହୁଁଛି । ପାକିସ୍ତାନ ଦଳର ପ୍ରତିନିଧିତ୍ୱ କରିବା ପ୍ରକୃତରେ ସମ୍ମାନଜନକ ବିଷୟ । ପାକିସ୍ତାନ ତରଫରୁ ଇମାଦ ୱାସିମ ୧୨୧ଟି ଟି-୨୦ ମ୍ୟାଚ ଖେଳିବା ମୋ ପାଇଁ ସ୍ୱପ୍ନ ସତ ହେବା ଭଳି ଘଟଣା ।”
Trending
- ସମ୍ବଲପୁରରୁ ଆସିଛି ବଡ଼ ଅଘଟଣ,ବାଇକ ଚେନ୍ କ୍ରାଙ୍କରେ ପିଟି ପିଟି ମାଆ ଝିଅଙ୍କୁ ବୀଭତ୍ସ ହତ୍ୟା
- ‘ୱି ଦି ଲିଡର’ ଆନ୍ଦୋଳନର ଶୁଭାରମ୍ଭ କରିଛନ୍ତି କେ. ଆନ୍ନାମଲାଇ,ମାତ୍ର କେଇ ଘଣ୍ଟା ମଧ୍ୟରେ ୧୫ ଲକ୍ଷରୁ ଅଧିକ ଲୋକ ଏଥିରେ ସାମିଲ ହୋଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି
- ମୃତ ସୌମ୍ୟଙ୍କ ମୌଜପୁର ଘରେ ଖୋଳତାଡ଼ କରୁଛନ୍ତି କ୍ରାଇମବ୍ରାଞ୍ଚ ଟିମ୍,ହାତଲେଖା ଡାଇରୀ ଜବତ କରିବା ପାଇଁ ଏହି ଟିମ୍ ତାଙ୍କ ଘରେ ପହଞ୍ଚିଛି
- ୬ ଦିନିଆ ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ପାଟନା ସିଭିଲ କୋର୍ଟରେ ଗୁଳିକାଣ୍ଡ ମାମଲାରେ ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍
- ରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଥିବା ବେଳେ ୧୯,୯୨୪ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
- ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼,ବ୍ୟବସାୟୀଙ୍କ ସାମଗ୍ରୀରେ ପାଣି ପଶି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
Prev Post
Next Post