ଆଜି ମୁହାଁମୁହି ନ୍ୟୁଜିଲାଣ୍ଡ ବାଂଲାଦେଶ ହେବେ। ଚେନ୍ନାଇ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଅପରାହ୍ଣ ୨ଟାରେ ବିଶ୍ବକପର ଏହି ୧୧ ତମ ମ୍ୟାଚରେ ପରସ୍ପରକୁ ଭେଟିବେ ଉଭୟ ଟିମ୍ । ନ୍ୟୁଜିଲାଣ୍ଡ ଦୁଇଟି ମ୍ୟାଚ ଜିତି ୪ ପଏଣ୍ଟ ପାଇସାରିଥିବାବେଳେ ବାଂଲାଦେଶ ଦୁଇଟି ମ୍ୟାଚରୁ ଗୋଟିଏରେ ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡ ଉଦଘାଟନୀ ମ୍ୟାଚରେ ଇଂଲଣ୍ଡକୁ ୮୨ ରନରେ ହରାଇଥିବେଳେ ଷଷ୍ଠ ମ୍ୟାଚରେ ନେଦରଲ୍ୟାଣ୍ଡସକୁ ୯୯ ରନରେ ପରାସ୍ତ କରିଥିଲା ।ସେହିପରି ତୃତୀୟ ମ୍ୟାଚରେ ଆଫଗାନିସ୍ତାନକୁ ୬ ଓ୍ବିକେଟରେ ହରାଇଛି ବାଂଲାଦେଶ । ତେବେ ସପ୍ତମ ମ୍ୟାଚରେ ଇଂଲଣ୍ଡ ଠାରୁ ୧୩୭ ରନରେ ହାରିଥିଲା । ତେଣୁ ଆଜିର ମ୍ୟାଚ ଜିତିବାକୁ ଭରପୁର ଚେଷ୍ଟା କରିବ ବାଂଲାଦେଶ । ସେପଟେ ଗତକାଲି ଦକ୍ଷିଣ ଆଫ୍ରିକାଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି ଅଷ୍ଟ୍ରେଲିଆ । ଲକ୍ଷ୍ମୌରେ ଖେଳାଯାଇଥିବା ୧୦ ମ୍ୟାଚରେ କଙ୍ଗାରୁ ଦଳକୁ ୧୩୪ ରନରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଦୁଇଟି ମ୍ୟାଚରେ ପରାସ୍ତ ହେବା ପରେ ଅଷ୍ଟ୍ରେଲିଆ ପାଇଁ ଅଡୁଆ ବଢିଛି ।ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟି କରି ଅଷ୍ଟ୍ରେଲିଆ ଆଗରେ ୩୧୨ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଦଳ ପକ୍ଷରୁ କ୍ବଣ୍ଟନ ଡିକକ୍ ଶତକୀୟ ପାଳି ଖେଳିଥିଲେ । ତେବେ ଜବାବରେ ଅଷ୍ଟ୍ରେଲିଆ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟଟର ସାମ୍ନା କରି ୪୦.୫ ଓଭରରେ ୧୭୭ ରନ କରିବାରେ ସକ୍ଷମ ହୋଇଥିଲା ।
Trending
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
- ଖାନ ସାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ
- ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ
- କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଆଜି NHRC ତଦନ୍ତର ଶେଷ ଦିନ
Prev Post
Next Post