ଧର୍ମଶାଳା ଟେଷ୍ଟ୍ର ପ୍ରଥମ ଦିନରେ ଏକକାଳୀନ ବହୁ କୀର୍ତ୍ତିମାନ ସ୍ଥାପିତ ହୋଇଛି। କୋହଲା ପାଗରେ ପାଣି ବର୍ଷିବା ପରିବର୍ତ୍ତେ ରେକର୍ଡ ବର୍ଷା ଦେଖିବାକୁ ମିଳିଛି। କୁଲଦୀପ ଯାଦବ ଦ୍ରୁତତମ ୫୦ ୱିକେଟ୍ର ବିରଳ କ୍ଲବ୍ରେ ସାମିଲ ହୋଇଛନ୍ତି। ଅଧିନାୟକ ରୋହିତ ଶର୍ମା ପ୍ରଥମ ଅଣୱିକେଟ୍ରକ୍ଷକ ଖେଳାଳି ଭାବେ ତିନିଟିଯାକ ଫର୍ମାଟ୍ (ଟେଷ୍ଟ୍, ଦିନିକିଆ, ଟ୍ବେଣ୍ଟି-୨୦)ରେ ୬୦ କିମ୍ବା ତା’ଠାରୁ ଅଧିକ କ୍ୟାଚ୍ ନେବାର ମାଇଲଖୁଣ୍ଟ ଛୁଇଁଥିଲା ବେଳେ ଯଶସ୍ବୀ ଜୟସ୍ବାଲ (୭୧୨ ରନ୍) ଇଂଲଣ୍ଡ ବିପକ୍ଷ ଗୋଟିଏ ଶୃଙ୍ଖଳାରେ ସର୍ବାଧିକ ରନ୍ କରିବାରେ କିଂବଦନ୍ତି ବିରାଟ କୋହଲି(୬୫୫ ରନ୍)ଙ୍କୁ ଟପିଛନ୍ତି। ସେ ମଧ୍ୟ ସୁନୀଲ ଗାଭାସ୍କରଙ୍କ ପରେ ପ୍ରଥମ ଭାରତୀୟ ଖେଳାଳି ଭାବେ କୌଣସି ଦ୍ବିପାକ୍ଷିକ ଶୃଙ୍ଖଳାରେ ୭୦୦ରୁ ଅଧିକ ରନ୍ କରିବାର ଗୌରବ ହାସଲ କରିଛନ୍ତି।ଆର୍ ଅଶ୍ବିନ ଓ ଜନି ବେୟାରଷ୍ଟୋ ଗୁରୁବାର ୧୦୦ ଟେଷ୍ଟ୍ କ୍ଲବ୍ରେ ସାମିଲ ହୋଇଛନ୍ତି। ଘରୋଇ କ୍ରିକେଟ୍ ଓ ଆଇପିଏଲ୍ରେ ପ୍ରଭାବୀ ପ୍ରଦର୍ଶନ କରିଥିବା କର୍ଣ୍ଣାଟକର ବାମହାତୀ ବ୍ୟାଟର୍ ଦେବଦତ୍ତ ପଡ଼ିକଲ ପଞ୍ଚମ ଭାରତୀୟ ଖେଳାଳି ଭାବେ ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଘେରି ରହିଥିବା ସ୍ଥାନୀୟ ଏଚ୍ପିସିଏ ଷ୍ଟାଡିୟମ୍ରେ ଟେଷ୍ଟ୍ ପଦାର୍ପଣ କରିଛନ୍ତି। ତାଙ୍କ ପୂର୍ବରୁ ଚଳିତ ଭାରତ-ଇଂଲଣ୍ଡ ଶୃଙ୍ଖଳାରେ ମଧ୍ୟକ୍ରମ ବ୍ୟାଟର୍ ରଜତ ପଟିଦାର (ମଧ୍ୟପ୍ରଦେଶ), ସର୍ଫରାଜ୍ ଖାନ୍ (ମୁମ୍ବାଇ), ୱିକେଟ୍ରକ୍ଷକ ଧ୍ରୁବ ଜୁରେଲ (ଉତ୍ତରପ୍ରଦେଶ) ଓ ଦ୍ରୁତ ବୋଲର ଆକାଶ ଦୀପ (ବେଙ୍ଗଲ) ପଦାର୍ପଣ କରିସାରିଛନ୍ତି।ଗୁରୁବାର କୁଲଦୀପଙ୍କ ଯାଦୁଗରୀ କଚଟି ସ୍ପିନ୍ ବଳରେ ଇଂଲଣ୍ଡକୁ ମାତ୍ର ୨୧୮ ରନ୍ରେ ଅଲଆଉଟ୍ କରିଛି ଭାରତ। ପୁଣି ଦୁଇ ଓପନର ରୋହିତ ଶର୍ମା (୫୨*) ଓ ଯଶସ୍ବୀ ଜୟସ୍ବାଲ (୫୭)ଙ୍କ ପ୍ରତିଆକ୍ରମଣରେ ବଳୀୟାନ ହୋଇ ଖେଳ ଶେଷ ବେଳକୁ ଗୋଟିଏ ୱିକେଟ୍ ବିନିମୟରେ ୧୩୫ ରନ୍ କରି ଦୃଢ଼ ସ୍ଥିତିରେ ରହିଛି। ଷ୍ଟମ୍ପ୍ସ ବେଳକୁ ରୋହିତଙ୍କ ସହ ଶୁବମନ୍ ଗିଲ୍ (୨୬*) ଅପରାଜିତ ରହିବା ପ୍ରତିପକ୍ଷ ଇଂଲଣ୍ଡର ଚିନ୍ତାକୁ ବହୁ ଗୁଣ ବଢ଼ାଇଛି।
Trending
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
Prev Post
Next Post