କେ.ଏଲ ରାହୁଲଙ୍କ ଉପରେ ରାଗି ଉଠିଲେ

ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ ମଧ୍ୟରେ ମ୍ୟାଚ ପରେ ଏକ ବିବାଦ ସାମ୍ନାକୁ ଆସିଛି ଯାହା କ୍ରିକେଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ମ୍ୟାଚରେ ଲକ୍ଷ୍ନୌ ଟିମ୍‌କୁ ସନରାଇଜର୍ସ ହାଇଦ୍ରାବାଦ ଠାରୁ ୧୦ ୱିକେଟ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ତେବେ ମ୍ୟାଚ ପରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ଲକ୍ଷ୍ନୌ ସୁପରଜିଆଣ୍ଟସ (LSG) ମାଲିକ ସଞ୍ଜୀବ ଗୋଏଙ୍କା ଦଳର ଅଧିନାୟକ କେ.ଏଲ ରାହୁଲଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖାଯାଉଛି । ତେବେ ଦଳ ହାରିବା ପରେ ଦୁହିଁଙ୍କ ମଧ୍ୟରେ କିଛି କଥା କଟାକଟି ହେଉଥିବାର ଭିଡିଓ ାଇରାଲ ହୋଇଛି।ମ୍ୟାଚ ହାରିଯିବା ପରେ (LSG) ଅଧିନାୟକ କେ.ଏଲ ରାହୁଲ ପାଭିଲିୟନ ଆଡକୁ ଫେରୁଥିଲେ। ଏହି ସମୟରେ ସଞ୍ଜୀବ ଗୋଏଙ୍କାଙ୍କୁ ଦେଖି ସେ ତାଙ୍କ ସହ କଥା ହେବା ପାଇଁ ଅଟକି ଯାଇଥିଲେ। ଦୁହିଁଙ୍କ ମଧ୍ୟରେ ହୋଇଥିବା ଏହି ବାର୍ତ୍ତାଳାପର ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସଞ୍ଜୀବ ଗୋଏଙ୍କା ରାଗି ଯାଇ କେଏଲଙ୍କୁ କିଛି କହୁଥିବାର ଦେଖାଯାଇଛି। ଏହି ବାର୍ତ୍ତାଳାପରେ ଗୋଏଙ୍କା କିଛି କହୁଛନ୍ତି। ଏହାପରେ କ୍ୟାପଟେନ ରାହୁଲ କିଛି କହିବାକୁ ଚେଷ୍ଟା କରନ୍ତି, କିନ୍ତୁ ଗୋଏଙ୍କା ତାଙ୍କୁ ଅଣଦେଖା କରି ଚାଲି ଯାଉଛନ୍ତି।