ଏସିଆନ୍ କ୍ରିକେଟ କାଉନସିଲର ଅଧ୍ୟକ୍ଷ ଭାବେ ଶାହଙ୍କ କାର୍ଯ୍ୟକାଳ ୧ ବର୍ଷ ବଢ଼ିଲା

ଏସିଆନ କ୍ରିକେଟ କାଉନସିଲ (ଏସିସି)ର ଅଧ୍ୟକ୍ଷ ଭାବେ ଜୟଙ୍କ କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି କରାଯାଇଛି । ଆଜି ଅନୁଷ୍ଠିତ ହୋଇଥିବା ଏସିସିର ବାର୍ଷିକ ସାଧାରଣ ବୈଠକ (ଏଜିଏମ)ରେ ଶାହଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି ଉପରେ ସର୍ବସମ୍ମତି କ୍ରମେ ମଞ୍ଜୁରୀ ମିଳିଛି ।ଏସିସିର ଅଧ୍ୟକ୍ଷ ଭାବେ ଜୟଙ୍କ କାର୍ଯ୍ୟକାଳ ଆଉ ଏକ ବର୍ଷ ବୃଦ୍ଧି ହେବା ନିଶ୍ଚିତ ଭାବେ ଭାରତୀୟ କ୍ରିକେଟ ଜଗତ ପାଇଁ ଏକ ଖୁସି ଖବର । ଜୟଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଶ୍ରୀଲଙ୍କା କ୍ରିକେଟ (ଏସଏଲସି)ର ଅଧ୍ୟକ୍ଷ ଶାମ୍ମୀ ସିଲଭା ପ୍ରସ୍ତାବ ଆଗତ କରିଥିଲେ । ଜୟଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଏସିସି ପକ୍ଷରୁ ଏକ ବୟାନ ଜାରି କରି ସୂଚନା ଦିଆଯାଇଛି ।