ଋଷଭ ପନ୍ତଙ୍କୁ ମିଳିଲା ଗ୍ରୀନ୍ ସିଗନାଲ
ଆଇପିଏଲ୍ ୨୦୨୪ ପୂର୍ବରୁ ଏକ ବଡ଼ ଖୁସି ଖବର। ପନ୍ତ ବର୍ତ୍ତମାନ ଆଇପିଏଲ୍ ୨୦୨୪ ପାଇଁ କିଛି ଶୁଟ୍ କରୁଛନ୍ତି। ଏହାପରେ ସେ ଦିଲ୍ଲୀର ପ୍ରି-ସିଜନ୍ କ୍ୟାମ୍ପରେ ଯୋଗଦେବା ପାଇଁ ଭାଇଜାଗକୁ ଯିବା ପୂର୍ବରୁ ସେ କିଛି ଦିନ ଦିଲ୍ଲୀ ଆସିବାର ସମ୍ଭାବନା ରହିଛି। ଡିସି ଏହାର ପ୍ରଥମ ଦୁଇଟି ମ୍ୟାଚ୍ ଭାଇଜାଗରେ ଖେଳିବାକୁ ଯାଉଛି।ତେବେ ଏହି ଖବର ନେଇ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଏବଂ ଦିଲ୍ଲୀରେ ପନ୍ତଙ୍କ ଭୂମିକା କିମ୍ବା ଆଇପିଏଲକୁ ଫେରିବା ନେଇ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ବିବୃତ୍ତି ଆସିନାହିଁ।