ଚାଇନାର ହାଙ୍ଗଝୋରେ ଖେଳାଯାଉଥିବା ୨୦୨୩ ଏସିଆନ ଗେମ୍ସରେ ଭାରତ ଇତିହାସ ରଚିଛି। ଏସିଆନ ଗେମ୍ସର ୧୧ ତମ ଦିନରେ ଦୁଇଟି ପଦକ ଜିତି ଭାରତ ଏସିଆନ ଗେମ୍ସର ଗୋଟିଏ ସଂସ୍କରଣରେ ସର୍ବାଧିକ ପଦକ ଜିତିବାରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛି।୨୦୨୩ ଏସିଆନ ଗେମ୍ସରେ ଭାରତ ବର୍ତ୍ତମାନ ୭୧ ପଦକ ପାଇଛି। ଏସିଆନ ଗେମ୍ସର ଏକ ସଂସ୍କରଣରେ ଏହା ହେଉଛି ଭାରତର ସର୍ବୋତ୍ତମ ପ୍ରଦର୍ଶନ। ଏହାପୂର୍ବରୁ ଏସିଆନ ଗେମ୍ସର ଏକ ସଂସ୍କରଣରେ ଭାରତ ସର୍ବାଧିକ ୭୦ ପଦକ ଜିତିଥିଲା। ଜାକର୍ତ୍ତାରେ ଆୟୋଜିତ ୨୦୧୮ ଏସିଆନ ଗେମ୍ସରେ ଭାରତ ଏହି ରେକର୍ଡ କରିଥିଲା। ସେତେବେଳେ ଭାରତ ୧୬ ଟି ସ୍ବର୍ଣ୍ଣ, ୧୩ଟି ରୌପ୍ୟ ଏବଂ ୩୧ ଟି ବ୍ରୋଞ୍ଜ ପଦକ ଜିତିଥିଲ। ୨୦୨୩ ଏସିଆନ ଗେମ୍ସରେ ଏ ପର୍ଯ୍ୟନ୍ତ ଭାରତ ୧୬ଟି ସ୍ବର୍ଣ୍ଣ, ୨୬ଟି ରୌପ୍ୟ ପଦକ ଏବଂ ୨୯ଟି ବ୍ରୋଞ୍ଜ ପଦକ ଜିତିଛି।
Trending
- ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ପ୍ରାୟ ବନ୍ଦ – ରିଜର୍ଭ ବ୍ୟାଙ୍କ
- କଟକର ଖାନ୍ନଗରସ୍ଥିତ ବ୍ରିଜ ନିର୍ମାଣ ବେଳେ ସ୍ଲାବ୍ ଖସିପଡ଼ିବାରୁ ୩ ଶ୍ରମିକ ମୃତ , ଅନୁକମ୍ପା ରାଶି ଘୋଷଣା କଲେ ସରକାର
- ସରକାରର ବର୍ଷ ପୂର୍ତ୍ତି ଉତ୍ସବ ପାଳନ ପାଇଁ ଉଚ୍ଚସ୍ତରୀୟ ବୈଠକ
- ବରିଷ୍ଠ ଆଇପିଏସ୍ ସ୍ତରରେ ନୂଆ ନିଯୁକ୍ତି
- ଦିଲ୍ଲୀରେ ପ୍ରବଳ ବର୍ଷା , 4 ମୃତ
- ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗିରିଜା ବ୍ୟାସଙ୍କର ପରଲୋକ
- KIIT ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା
- ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ
- ଲାହୋର-କରାଚିରେ ଏୟାର ସ୍ପେସ ବନ୍ଦ
- କଟକ ବଡ଼ ଡାକ୍ତରଖାନା ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ ରେଳ
Prev Post
Next Post