ଇଂଲଣ୍ଡ-ବାଂଲାଦେଶ, ପାକିସ୍ତାନ-ଶ୍ରୀଲଙ୍କା ମୁକାବିଲା
ଚଳିତ ବିଶ୍ବକପ୍ରେ ପୂର୍ବାହ୍ନ ୧୦.୩୦ରେ ବିଜେତା ଇଂଲଣ୍ଡ ଭେଟିବ ବାଂଲାଦେଶକୁ ଏବଂ ଅପରାହ୍ଣ ୨.୩୦ରେ ପାକିସ୍ତାନ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବେ। ପ୍ରଥମ ମ୍ୟାଚ୍ ଧର୍ମଶାଳା ଏବଂ ଦ୍ବିତୀୟଟି ହାଇଦ୍ରାବାଦରେ ଖେଳାଯିବ। ପିଚ୍କୁ ନେଇ ଇଂଲଣ୍ଡ ଦ୍ବନ୍ଦ୍ବରେ ରହିଛି। ଜୋ ରୁଟ୍, ଜନି ବେୟାରଷ୍ଟୋ ଓ ଅଧିନାୟକ ବଟ୍ଟଲର ଏହି ମ୍ୟାଚ୍ରେ ଭଲ ଯୋଗଦାନ ଦେଇଥିଲେ। ବାଂଲାଦେଶ ବିପକ୍ଷରେ ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ ନ ଖେଳିବା ଆଶଙ୍କା ରହିଛି। ତେଣୁ ଷ୍ଟୋକ୍ସ ଓ ପିଚ୍କୁ ନେଇ ବଟ୍ଟଲର ଚିନ୍ତିତ ଅଛନ୍ତି। ଅନ୍ୟପକ୍ଷରେ ଧର୍ମଶାଳାରେ ଆଫ୍ଗାନିସ୍ତାନକୁ ହରାଇବାରୁ ଏହି ପିଚ୍ରେ ଆଉ ଏକ ବିଜୟ ଆଶାରେ ରହିଛି ବାଂଲାଦେଶ। ୩୬ ବର୍ଷୀୟ ଅଲ୍ରାଉଣ୍ଡର ସାକିବ ଅଲ୍ ହାସନ ଯେ କୌଣସି ଦଳ ପାଇଁ ଚିନ୍ତା। ତେବେ ଲିଟନ ଦାସ, ମେହିଦି ହାସନ ମିରାଜ ଓ ନଜମୁଲ ହୋସେନ ସାଣ୍ଟୋଙ୍କୁ ନେଇ ବ୍ୟାଟିଂ କ୍ରମ ଦୃଢ଼ ରହିଛି।
ନେଦରଲାଣ୍ଡ୍ସକୁ ହରାଇ ପାକିସ୍ତାନ ଅଭିଯାନ ଆରମ୍ଭ କରିଛି। ହେଲେ ଶ୍ରୀଲଙ୍କା ବଡ଼ ବ୍ୟବଧାନରେ ଦକ୍ଷିଣ ଆଫ୍ରିକାଠୁ ହାରିଥିଲା। ଶ୍ରୀଲଙ୍କା ସ୍ପିନର ଯେ କୌଣସି ବ୍ୟାଟର୍ଙ୍କୁ ଅସୁବିଧାରେ ପକାଇବାରେ ମାହିର। ବାବର ଆଜମ ଓ ତାଙ୍କ ବ୍ୟାଟର୍ ସ୍ପିନର୍ଙ୍କୁ ଭଲ ଖେଳିପାରନ୍ତି। ହେଲେ ଦୁନିଥ ୱେଲାଲଗେଙ୍କ ନେତୃତ୍ବାଧୀନ ସ୍ପିନ୍ କ୍ରମକୁ କିଭଳି ମୁକାବିଲା କରିବେ ତାହା ଦେଖିବାର ଅଛି।