ଆଜିଠୁ ବିଶ୍ବକପ୍ : ଖେଳିବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ

ଅହମଦାବାଦ: ବିଶ୍ବକପ୍‌ ମ୍ୟାଚରେ ଆଜି ପୂର୍ବ ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। ଦୁଇ ଦଳ ଏନେଇ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ଇଂଲଣ୍ଡ ବ୍ୟାଟିଂଲାଇନ ସହ ବୋଲିଂ ଲାଇନ ଶକ୍ତ ଅଛି । ମଧ୍ୟକ୍ରମରେ ଏକାଧିକ ବାମହାତୀ ଖେଳାଳି ଥିବା ବେଳେ ବ୍ରୁକ୍‌ ଓ ଲିଆମ୍‌ ଲିଭିଂଷ୍ଟୋନ୍‌ ଏଥିରେ ଭିନ୍ନତା ଆଣିପାରିବେ।  ପ୍ରାରମ୍ଭିକ ବ୍ୟାଟିଂ ସାମାନ୍ୟ ଚିନ୍ତାଜନକ ରହିଛି। ଟ୍ରେଣ୍ଟ ବୋଲ୍ଟଙ୍କ ଇନ୍‌ ସୁଇଂ ବଲ୍‌କୁ ଇଲଂଣ୍ଡ ଖେଳାଳି କିପରି ଖେଳୁଛନ୍ତି ତାହା ଦେଖିବାକୁ ବାକି ରହିଲା ।  ୩ ନମ୍ବର ସ୍ଥାନରେ ଜୋ ରୁଟ୍‌ ଖେଳିବେ। ସବୁଠୁ ବଡ଼ କଥା ହେଉଛି ଦୁଇ ଦେଶର ଖେଳାଳିମାନଙ୍କୁ ଭାରତୀୟ ପରିବେଶରେ କିପରି ଖେଳୁଛନ୍ତି ତାହା ଦେଖିବାକୁ ସମସ୍ତେ ଅପେକ୍ଷା କରିଛନ୍ତି ।  ନ୍ୟୁଜିଲାଣ୍ଡ ପାଇଁ କେନ୍‌ ୱିଲିୟମସନ୍‌ ଆଜି ଖେଳିବେ ନାହିଁ । ଆଣ୍ଠୁ ଆଘାତରୁ ସେ ସୁସ୍ଥ ହେଉଥିବାରୁ ମ୍ୟାଚ୍‌କୁ ଓହ୍ଲାଇବାକୁ କିଛି ଦିନ ସମୟ ନେଇଛନ୍ତି। ଦଳ ପ୍ରାରମ୍ଭିକ ବ୍ୟାଟର ଡେଭନ୍‌ କନୱେଙ୍କ ଉପରେ ଅଧିକ ନିର୍ଭର କରିବ। ପାୱାର ହିଟିଂ ପାଇଁ ଜଣାଶୁଣା କନୱେ ଭାରତୀୟ ପିଚ୍‌ରେ ଆଇପିଏଲ୍‌ ଖେଳି ଅଭ୍ୟସ୍ତ ଅଛନ୍ତି। ତେଣୁ ଲିଭିଂଷ୍ଟୋନ୍‌ଙ୍କ ସହିତ କନୱେଙ୍କ ମୁହାଁମୁହିଁ ଅଧିକ ରୋଚକ ହେବ। ଗତ ୧୨ଟି ସଂସ୍କରଣରେ ନ୍ୟୁଜିଲାଣ୍ଡ ୮ ଥର ସେମିଫାଇନାଲ୍‌ରେ ପହଞ୍ଚିଛି। ହେଲେ ଏପର୍ଯ୍ୟନ୍ତ ଗୋଟିଏ ବି ବିଶ୍ବକପ୍‌ ଜିତିପାରିନାହିଁ।