ଆଜିଠାରୁ ଭାରତ-ଦକ୍ଷିଣ ଆଫ୍ରିକା୨ୟ ଟେଷ୍ଟ ମ୍ୟାଚ

ଆଜିଠାରୁ ଭାରତ-ଦକ୍ଷିଣ ଆଫ୍ରିକା୨ୟ ଟେଷ୍ଟ ମ୍ୟାଚ

ମେଟ୍ରୋ ଟିଭି ବ୍ୟୁରୋ,୩/୧:ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ଟେଷ୍ଟ ମ୍ୟାଚ ଆଜି ଠାରୁ ଜୋହାନସବର୍ଗର ୱାଣ୍ଡରସ ଷ୍ଟାଡିୟମରେ ଖେଳାଯିବ । ନୂତନ ବର୍ଷରେ ଏହା ଭାରତର ପ୍ରଥମ ମ୍ୟାଚ । ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ସେଞ୍ଚୁରିଅନରେ ଖେଳାଯାଇଥିବା ପ୍ରଥମ ମ୍ୟାଚ କୁ ଭାରତ ୧୧୩ରନରେ ଜିତି ସିରିଜରେ ୧-୦ ଆଗୁଆ ରହିଛି ।ବିରାଟଙ୍କ ନେତୃତ୍ୱରେ ଭାରତୀୟ ଦଳ ବ୍ୟାଟିଂ ଓ ବୋଲିଂରେ ସନ୍ତୁଳିତ ପ୍ରର୍ଦଶନ କରିଥିଲା । ବ୍ୟାଟିଂରେ ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରୱାଲ ଭଲ ପ୍ରର୍ଦଶନ କରିଥିଲେ । ରାହୁଲ ୧୨୩ ଓ ୨୩ ,ମୟଙ୍କ ୬୦ ଓ ୦ ରନ କରିଥିଲେ । ଭାରତୀୟ ବୋଲରମାନେ ଉତ୍ତୟ ଇନିଂସରେ ୨୦ଟି ଓି୍ୱକେଟ ନେବାରେ ସଫଳ ହୋଇଥିଲେ । ମହମ୍ମଦ ଶାମି ୮ଟି,ବୁମରା୫ଟି,ସିରାଜ୍‌୩ଟି,ଅଶ୍ୱିନ୨ଟି ଓ ସାର୍ଦୁଳ ୧ଟି ୱିକେଟ ନେଇଥିଲେ ।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ),ଲୋକେଶ ରାହୁଲ(ଉପ ଅଧିନାୟକ),ମୟଙ୍କ ଅଗ୍ରୱାଲ,ଚେତେଶ୍ୱର ପୂଜାରା,ଶ୍ରେୟାଶ ଆୟର,ଋଷଭ ପନ୍ତ,ରବିଚନ୍ଦନ ଅଶ୍ୱିନ,ସାର୍ଦୁଳ ଠାକୁର,ଯଶପ୍ରୀତି ବୁମରା,ମହମ୍ମଦ ସାମି,ମହମ୍ମଦ ସିରାଜ,ଅଜିଜ୍ଞ୍ୟ ରାହଣେ,ରିଦ୍ଧିମାନ ସାହା,ଜୟନ୍ତ ଯାଦବ,ଫ୍ରିୟଙ୍କ ପଞ୍ଚାଲ,ଉମେଶ ଯାଦବ,ହନିମା ବିହାରୀ,ଈଶାନ୍ତ ଶର୍ମା
ଦକ୍ଷିଣ ଆଫ୍ରିକା: ଡିନ ଏଲଗାର,ତାମ୍ବେବାଭୁମା,କାଗିସୋ ରାବଡା,ସାରିଲ ଇରୱଇ,ବିଉରାନ ହେଣ୍ଡ୍ରିକ୍ସ,ଜର୍ଜ ଲିଣ୍ଡେ,କେଶବ ମହାରାଜ,ଲୁଙ୍ଗ ିଏନଗିଡି,ଆଇଡାନ ମାର୍କରାମ,କିଗାନ ପିଟରସନ,କାଲ ଭେରାଇନ,ମାର୍କୋ ଜାନେସନ,ସିସାଣ୍ଡା ମାଗାଲା,ରାୟାନ ରିକେଲଟନ,ଡୁଆନେ ଓଲିଭର ।