ଚଳିତ ବିଶ୍ୱକପ୍ରେ ଦକ୍ଷିଣ ଆଫ୍ରିକା ଚମତ୍କାର ପ୍ରଦର୍ଶନ ସହ ପ୍ରଥମ ଦୁଇଟି ଯାକ ମ୍ୟାଚ୍ ଜିତିଛି। ଆଜି ଏହି ଦଳ ଧର୍ମଶାଳାରେ ନେଦରଲାଣ୍ଡ୍ସକୁ ଭେଟିବ। ଏହି ମ୍ୟାଚ୍ ଜିତି ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛି ତେମ୍ବା ବଭୂମାଙ୍କ ଦଳ। ନୂଆଦିଲ୍ଲୀରେ ନିଜର ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା କୀର୍ତ୍ତିମାନ ଭରା ସ୍କୋର୍ (୪୨୮/୫) କରିବା ସହ ୧୦୨ ରନ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ଏହାପରେ ଲକ୍ଷ୍ନୌରେ ୫ ଥର ବିଜେତା ଅଷ୍ଟ୍ରେଲିଆକୁ ୧୩୪ ରନ୍ରେ ମାତ୍ ଦେଇଥିଲା। ତେଣୁ ମଙ୍ଗଳବାର ନେଦରଲାଣ୍ଡ୍ସ ବିପକ୍ଷରେ ଆଗରେ ରହିବ ଏହି ଦଳ। ୱିକେଟ୍ ରକ୍ଷକ ବ୍ୟାଟର୍ କ୍ବିଣ୍ଟନ ଡି’କକ୍, ରାଶି ଭାନ୍ ଡର ଦୁସେନ ଓ ଐଦେନ ମାରକ୍ରମ ସୁନ୍ଦର ଖେଳିଛନ୍ତି। ଏହି ତିନି ଜଣ ଶ୍ରୀଲଙ୍କା ବିପକ୍ଷରେ ଶତକ ଅର୍ଜନ କରିଥିଲା ବେଳେ ଏମାନଙ୍କୁ ହେନରିକ କ୍ଲାସେଁ ଓ ଡେଭିଡ ମିଲର ସହଯୋଗ କରିବାରୁ ଦଳ ବଡ଼ ସ୍କୋର୍ କରିଥିଲା। ବୋଲରମାନେ ଶ୍ରୀଲଙ୍କା ବିପକ୍ଷରେ ଚମକହୀନ ରହିଥିଲେ ମଧ୍ୟ ବଡ଼ ସ୍କୋର୍ ଯୋଗୁଁ ଏହାର ପ୍ରଭାବ ଦଳ ଉପରେ ପଡ଼ି ନଥିଲା। ଏହା ପର ମ୍ୟାଚ୍ରେ ଡି’କକ୍ ଲଗାତାର ଶତକ ହାସଲ କରିଥିଲା ବେଳେ ବୋଲର ମାର୍କୋ ୟାନସେନ ଓ କାଗିସୋ ରବାଦାଙ୍କ ଧମକା ବଳରେ ଅଷ୍ଟ୍ରେଲିଆକୁ ୧୭୭ ରନ୍ରେ ଅଟକାଇ ସହଜ ବିଜୟ ପାଇଥିଲା।
Trending
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
- “ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ
- ଏହି କାରଣରୁ ବ୍ରିକସ୍ସ ମ୍ମିଳନୀ ମଝିରୁ ନିଜ ଦେଶକୁ ଫେରିଗଲେ ଅବୁଧାବୀ କ୍ରାଉନ ପ୍ରିନ୍ସ
- ୧୮ତମ BRICS ଶିଖର ସମ୍ମିଳନୀ ୨୦୨୬: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫଟୋ ଉଠାଇବାକୁ ବିଦେଶୀ ମହିଳା ପ୍ରତିନିଧିମାନଙ୍କ ମଧ୍ୟରେ ବେଶ ଉତ୍ସାହ
- ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଭାରତର କୂଟନୈତିକ ଆଭିମୁଖ୍ୟକୁ ବଡ଼ ସମର୍ଥନ
- ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା
- ବନତାରାରୁ ନନ୍ଦନକାନନକୁ ଆସିଲେ ୪୦ରୁ ଅଧିକ ଜୀବଜନ୍ତୁ,ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଏକ ନୂଆ ଅନୁଭୂତି
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
Prev Post
Next Post