ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ର ୧୦ମ ସଂସ୍କରଣରେ ଓଡ଼ିଶା ଏଫ୍ସିର ଅଭିଯାନ ଶନିବାର ଆରମ୍ଭ ହେବ। ଘରୋଇ ପରିବେଶରେ କଳିଙ୍ଗ ଷ୍ଟାଡିୟମରେ ଏହି ଦଳ ଚେନ୍ନାଇନ୍ ଏଫ୍ସିକୁ ଭେଟିବ। ଗତ ସିଜନରେ ଓଡ଼ିଶା ଏଫ୍ସି ଚମତ୍କାର ପ୍ରଦର୍ଶନ କରି ପ୍ଲେ-ଅଫ୍ରେ ପ୍ରବେଶ କରିଥିଲା। ଚେନ୍ନାଇନ୍ ୮ମ ସ୍ଥାନରେ ରହିଥିଲା। ୩୦୩ ଦିନ ପରେ କଳିଙ୍ଗରେ ଉଭୟ ଦଳ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। କଳିଙ୍ଗରେ ଅନୁଷ୍ଠିତ ପୂର୍ବ ମୁକାବିଲାରେ ଓଡ଼ିଶା ଏଫ୍ସି ୩-୨ ଗୋଲରେ ଚେନ୍ନାଇନ୍କୁ ପରାସ୍ତ କରିଥିଲା। ନନ୍ଦକୁମାର ସେକରଙ୍କ ଶେଷ ମିନିଟ ଗୋଲ ଓଡ଼ିଶା ଏଫ୍ସିକୁ ବିଜୟ ସ୍ବାଦ ଚଖାଇଥିଲା। ଏଥର ସର୍ଗିଓ ଲୋବେରା ଓଡ଼ିଶା ଏଫ୍ସି ଏବଂ ଓଏନ କୋଏଲ ଚେନ୍ନାଇନ୍ ଏଫ୍ସିର କୋଚ୍ ଅଛନ୍ତି। ଏମାନଙ୍କ ରଣନୀତିରେ ପଡ଼ିଆକୁ ଓହ୍ଲାଇବେ ଦୁଇ ଦଳ। ପୂର୍ବ ରେକର୍ଡ ଦେଖିଲେ ଚେନ୍ନାଇନ୍ ବିପକ୍ଷରେ ଓଡ଼ିଶା ଏଫ୍ସିର ପଲା ଭାରି ରହିଛି। ଉଭୟ ଦଳ ମଧ୍ୟରେ ମୋଟ ୧୮ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରୁ ଓଡ଼ିଶା ଏଫ୍ସି ୭ଟିରେ ବିଜୟୀ ହୋଇଥିବାବେଳେ ଚେନ୍ନାଇ ୩ ମ୍ୟାଚ ଜିତିଛି। ଅବଶିଷ୍ଟ ୮ଟି ମ୍ୟାଚ ଡ୍ର ରହିଛି।ଚଳିତ ସିଜନରେ ଓଡ଼ିଶା ଏଫ୍ସି କେତେକ ନୂଆ ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ। ସେମାନଙ୍କ ମଧ୍ୟରେ ଅଛନ୍ତି ଅଭିଜ୍ଞ ଅହମ୍ମଦ ଜାହୋଉ, ମୌର୍ତାଦା ଫଲ୍, ରୟ କ୍ରିଷ୍ଣା ଏବଂ ପ୍ରତିଭା ସମ୍ପନ୍ନ ଗିବସନ ସିଂ ଓ ଲାଲିଆନସାଙ୍ଗା। ତେବେ ବ୍ରାଜିଲିଆନ ଫରଓ୍ବାର୍ଡ ଡିଏଗୋ ମୌରିସିଓ ନଜରରେ ରହିବେ। ଗତ ସିଜନରେ ସେ ୧୨ଟି ଗୋଲ ଦେଇ ଯୁଗ୍ମ ଟପ୍ ସ୍କୋରର ରହିଥିଲେ। ସେହିପରି ରାଫାଲ କ୍ରିଭେଲାରୋଙ୍କ ପ୍ରତ୍ୟାବର୍ତ୍ତନରେ ଚେନ୍ନାଇନ୍ ଫ୍ରଣ୍ଟଲାଇନ୍ ଦୃଢ଼ ହୋଇଛି।
Trending
- କାଳ ବୈଶାଖି ପରେ ରାଜ୍ୟରେ ଉପରମୁହାଁ ପାରଦ
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
- ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
Prev Post
Next Post