ଦୀର୍ଘ ଦିନ ଧରି ଆନ୍ତର୍ଜାତୀୟ କ୍ରିକେଟ୍ ଠାରୁ ଭାରତୀୟ କ୍ରିକେଟ ଟିମର ଖେଳାଳି ପୃଥ୍ୱୀ ଶ’ ଦୂରରେ ରହିଛନ୍ତି । କିନ୍ତୁ ଘରୋଇ କ୍ରିକେଟରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି । ପୃଥ୍ଵୀ ଇଂଲଣ୍ଡର ଘରୋଇ କ୍ରିକେଟରେ ଭଲ ଖେଳିଥିଲେ। ସେ ନର୍ଥମ୍ପଟାୟଶାୟର୍ ପାଇଁ କ୍ରିକେଟ ଖେଳିଥିଲେ। ଏହି ସମୟରେ ସେ ଆହତ ହୋଇଥିଲେ । ଆଉ ଆଣ୍ଠୁରେ ଆଘାତ ଲାଗିବା ଯୋଗୁଁ ଦୀର୍ଘଦିନରୁ କ୍ରିକେଟ ଠାରୁ ଦୂରେଇ ରହିଥିଲେ । ଆଉ ଏବେ ଏଥିପାଇଁ ଆହୁରି ୪ ମାସ କ୍ରିକେଟ ଠାରୁ ଦୂରେଇ ରହିବାକୁ ପଡିପାରେ ।ଖବର ଅନୁଯାୟୀ, ପୃଥ୍ଵୀ ଶ’ ଆଗାମୀ ୩ରୁ ୪ ମାସ ପର୍ଯ୍ୟନ୍ତ କ୍ରିକେଟ ଠାରୁ ଦୂରେଇ ରହିପାରନ୍ତି । ନର୍ଥମ୍ପଟାୟଶାୟର୍ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ବେଳେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ଏହି ସମୟରେ ଦ୍ୱିଶତକ ମାରିଥିଲେ ।ଏବେ ବିସିସିଆଇ ପୃଥ୍ଵୀ ଶ’ଙ୍କ ଆଘାତକୁ ନେଇ ସ୍ପଷ୍ଟୋକ୍ତି ଜଣାଇଛି । ୩ରୁ ୪ ମାସ ପାଇଁ କ୍ରିକେଟ ଠାରୁ ସେ ଦୂରେଇ ରହିବେ । ଆଘାତ ଲାଗିବା ଯୋଗୁଁ ଏମଆରଆଇ କରାଯାଇଥିଲା । ଏଥିରେ ତାଙ୍କ ଲିଗାମେଣ୍ଟରେ ଆଘାତ ଲାଗିବା ଜାଣିବାକୁ ମିଳିଛି । ତେବେ କେବେ ସର୍ଜରୀ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।
Trending
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
Next Post