ଚଳିତ ବର୍ଷ ଟି୨୦ ବିଶ୍ୱକପ୍ରୁ ‘ଷ୍ଟପ୍ ଓ୍ବାଚ୍’କୁ ନିୟମିତ ବ୍ୟବହାର କରାଯିବ। ଏହା ୨୦୨୩ ଡିସେମ୍ବରରେ ପ୍ରଥମେ ପ୍ରଚଳନ କରାଯାଇଥିଲା। ସେବେଠାରୁ ଏହାକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଇଆସୁଛି। ସମୟ ଅପଚୟକୁ ରୋକିବା ଦିଗରେ ଏଭଳି ପଦକ୍ଷେପ ନେଇଛି ଆଇସିସି। ତଦନୁଯାୟୀ ଗୋଟିଏ ଓଭର ଶେଷ ହେବା ପରେ ଏହାର ୬୦ ସେକେଣ୍ଡ ମଧ୍ୟରେ ପରବର୍ତ୍ତୀ ଓଭର ବୋଲିଂ ଆରମ୍ଭ କରିବାକୁ ହେବ। ଏଥିରେ ବିଳମ୍ବ ହେଲେ ୫ ରନ ପେନାଲ୍ଟିର ବ୍ୟବସ୍ଥା ରହିଛି।ହେଲେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଆସନ୍ତା ଜୁନ୍ ପହିଲାରୁ ଆରମ୍ଭ ହେବାକୁଥିବା ଟି୨୦ ବିଶ୍ୱକପ୍ରେ ଏହି ବ୍ୟବସ୍ଥାକୁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ କରାଯିବ। ଆଇସିସି ଏହାର ବାର୍ଷିକ ବୋର୍ଡ ବୈଠକ ଏନେଇ ସୂଚନା ଦେଇଛି।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା