ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇଲା ଭାରତ
ମୁମ୍ବାଇ : ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ପରାସ୍ତ କରିଛି ଭାରତ ।
#TeamIndia go 1⃣-0⃣ up in the series! 👏 👏
An unbeaten 1⃣0⃣8⃣-run partnership between @klrahul & @imjadeja as India sealed a 5⃣-wicket win over Australia in the first #INDvAUS ODI 👍 👍
Scorecard ▶️ https://t.co/BAvv2E8K6h @mastercardindia pic.twitter.com/hq0WsRbOoC
— BCCI (@BCCI) March 17, 2023
ଅଷ୍ଟ୍ରେଲିଆ ପକ୍ଷରୁ ଭାରତ ଆଗରେ ୧୮୯ ରନର ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ଭାରତ ତାହାକୁ ୩୯.୫ ତମ ଓଭରରେ ହାସଲ କରିନେଇଥିଲା । ରାହୁଲଙ୍କ ଲଢୁଆ ୭୫ ରନ ତଥା ରବୀନ୍ଦ୍ର ଜାଦେଜାଙ୍କ ୪୫ ରନ ବଳରେ ଭାରତ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।ଅଷ୍ଟ୍ରେଲିଆ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାବେଳେ ମିଚେଲ ମାର୍ସ ଓ ଷ୍ଟିଭେନ ସ୍ମିଥ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ମାର୍ସ ୮୧ ରନ କରି ରବୀନ୍ଦ୍ର ଜାଦେଜାଙ୍କ ବଲରେ ଆଉଟ ହୋଇଥିବାବେଳେ ସ୍ମିଥ ୨୨ରନ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସମ୍ମି ଓ ମହମ୍ମଦ ସିରାଜ ୩ଟି ଲେଖାଏଁ ୱିକେଟ ନେଇଥିଲେ । ରବୀନ୍ଦ୍ର ଜାଦେଜା ୨ଟି ୱିକେଟ୍ ନେଇଥିବାବେଳେ କୁଳଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ
.@klrahul scored a gritty unbeaten half-century in the chase & was #TeamIndia's top performer from the second innings of the first #iNDvAUS ODI 👌👌
A summary of his batting display 🔽 pic.twitter.com/hSadbSphCp
— BCCI (@BCCI) March 17, 2023