ଓ୍ବେଷ୍ଟଇଣ୍ଡିଜକୁ ହରାଇଲା ଭାରତ

ଭାରତ ଓ୍ବେଷ୍ଟଇଣ୍ଡିଜକୁ ଚତୁର୍ଥ ଟି-୨୦ରେ ପରାସ୍ତ କରିଛି । ଶୁଭମନ ଗିଲ ଏବଂ ଜସସ୍ବୀ ଜୟସ୍ବାଲଙ୍କ ଦମଦାର ବ୍ୟାଟିଂ ବଳରେ ଦଳର ବିଜୟ ହୋଇଛି ।  ୧୭୯ର ବିଜୟ ଲକ୍ଷ୍ୟ ରହିଥିବାବେଳେ ଗିଲ୍ ୭୭ ଏବଂ ଜୟସ୍ବାଲ ୮୪ ରନ କରି ଅପରାଜିତ ରହିଥିଲେ । ଲଢ଼ୁଆ ବ୍ୟାଟିଂ ସହ ଜୟସ୍ବାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ୫ ମ୍ୟାଚ ବିଶିଷ୍ଠ ଏହି ଟି-୨୦ ସିରିଜର ଅନ୍ତିମ ମ୍ୟାଚ୍ ଯେଉଁ ଦଳ ଜିତିବ ସେ ସିରିଜ ହାତେଇବ । ଟସ୍‌ ଜିତି ୱେଷ୍ଟଇଣ୍ଡିଜ୍‌ ବ୍ୟାଟିଂ କରିଥିଲା। କାଇଲ୍‌ ମେୟର୍ସ ପ୍ରଥମରୁ ଆକ୍ରମଣାତ୍ମକ ଆରମ୍ଭ କରିଥିଲେ। ୫୭ ରନ୍‌ ମଧ୍ୟରେ ୪ ଜଣଙ୍କୁ ହରାଇଥିବା ୱେଷ୍ଟଇଣ୍ଡିଜ୍‌ ପାଳିକୁ ସାଇ ହୋପ୍‌ ଓ ସିମ୍ରନ ହେଟମେୟର ସମ୍ଭାଳିବା ସହ ଦଳୀୟ ସ୍କୋର୍‌କୁ ଶତକ ପାର୍‌ କରାଇଥିଲେ। ଏହି ଯୋଡ଼ିକୁ ୟୁଝବେନ୍ଦ୍ର ଚହଲ ଭାଙ୍ଗିଥିଲେ। ଶୃଙ୍ଖଳାରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ସାଇ ହୋପ୍‌ଙ୍କୁ ଅର୍ଦ୍ଧଶତକ କରିବାକୁ ଦେଇନଥିଲେ ଚହଲ। ଭାରତ ପ୍ରଥମ ଦୁଇଟି ମ୍ୟାଚ ହାରିଥିଲେ ସୁଦ୍ଧା ଦମଦାର କମବ୍ୟାକ କରିଛି । ଶେଷ ଦୁଇ ମ୍ୟାଚ ଜିତିଥିବାବେଳେ ଅନ୍ତିମ ମ୍ୟାଚରେ ମଧ୍ୟ ବିଜୟୀ ହୋଇ ସିରିଜ ହାତେଇବା ଲକ୍ଷ୍ୟରେ ରହିବ । ଫ୍ଲୋରିଡାର ଲୌଡରହିଲ୍‌ରେ ଖେଳାଯାଉଥିଲା ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍‌ ।