ଭାରତୀୟ କୁସ୍ତି ସଂଘ ନିଲମ୍ବିତ
ଦୀର୍ଘଦିନ ଧରି ଧାର୍ଯ୍ୟ ସମୟ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଶେଷ କରିପାରିନଥିବାରୁ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) କୁ ବିଶ୍ବ କୁସ୍ତି ମହାସଂଘ (ୟୁଡବ୍ଲୁଡବ୍ଲୁ) ନିଲମ୍ବିତ କରିଛି। ଏହାଫଳରେ ସେପ୍ଟେମ୍ବର ୧୬ ତାରିଖରୁ ହେବାକୁ ଥିବା ବିଶ୍ବ କୁସ୍ତି ଚାମ୍ପିଅନ୍ସିପ୍ରେ ଭାରତୀୟ ଖେଳାଳିମାନଙ୍କୁ ଭାଗ ନେବା ପାଇଁ ଅନୁମତି ମିଳିବନି। ଯଦି ଖେଳାଳିମାନେ ଚାହିଁବେ ତାହେଲେ ନିରପେକ୍ଷ ଖେଳାଳି ଭାବେ ବିଶ୍ବ ଚାମ୍ପିଅନ୍ସିପ୍ରେ ଭାଗ ନେଇପାରିବେ।। ଡବ୍ଲୁଏଫ୍ଆଇ ଆଡ୍ ହକ୍ ପ୍ୟାନେଲ୍ ପାତିଆଲାରେ ବିଶ୍ବ ଚାମ୍ପିଅନ୍ସିପ୍ ପାଇଁ ଟ୍ରାଏଲ୍ସ ଆରମ୍ଭ କରିବାର ଗୋଟିଏ ଦିନ ପୂର୍ବରୁ ଏହି ଖବର ଆସିଛି।