ଆସନ୍ତାକାଲି ମୁମ୍ବାଇରେ ନ୍ୟୁଜିଲାଣ୍ଡ୍‌ ସହ ଭାରତ ସେମିଫାଇନାଲ ମୁକାବିଲା

ଆସନ୍ତାକାଲି ଭାରତ-ନ୍ୟୁଜିଲ୍ୟାଣ୍ଡର ସେମିଫାଇନାଲ୍ ମ୍ୟାଚ୍ । ମୁମ୍ବାଇର ୱାଙ୍ଖଡେରେ ମୁହାଁମୁହିଁ ଦୁଇ ପାୱାର ହାଉସ । ୧୨ ବର୍ଷ ପରେ ପୁଣି ଟାଇଟଲ୍ ଅପେକ୍ଷାରେ ମେନ୍ ଇନ୍ ବ୍ଲୁ । ଲଗାତର ୯ଟି ମ୍ୟାଚ୍ ଜିତି ଅପରାଜେୟ ଥିବା ଟିମ୍ ଇଣ୍ଡିଆ ଧାରା ବଜାୟ ରଖି ଟାଇଟଲ୍ ରାଉଣ୍ଡରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ସେପଟେ ପୁଣିଥରେ ଭାରତକୁ ସେମିଫାଇନାଲରେ ହରାଇ କ୍ରମାଗତ ତୃତୀୟଥର ବିଶ୍ୱକପ୍ ଫାଇନାଲ୍ ରେ ପ୍ରବେଶ ପାଇଁ ଅପେକ୍ଷା କରିଛି ନ୍ୟୁଜିଲାଣ୍ଡ ଟିମ୍  ।  ଦୃଢ଼ ମନୋବଳ ସହ ମଇଦାନକୁ ଓହ୍ଲାଇବ ଭାରତ । ସବୁଯାକ ମ୍ୟାଚ୍କୁ ଏକତରଫା ଭାବେ ଜିତିଛି ଭାରତ । କିନ୍ତୁ ସେମିଫାଇନାଲ୍ ଚାପକୁ ଭାରତ କିଭଳି ସାମ୍ନା କରୁଛି, ତା’ ଉପରେ ସମସ୍ତଙ୍କ ନଜର । ଚଳିତ ବିଶ୍ୱକପରେ ଭାରତର ଶ୍ରେଷ୍ଠ ୫ଜଣ ବ୍ୟାଟର୍ ଜବରଦସ୍ତ ଫର୍ମରେ ଅଛନ୍ତି । ଅଧିନାୟକ ରୋହିତ ଶର୍ମା ଭାରତକୁ ପ୍ରତି ମ୍ୟାଚରେ ଭଲ ଷ୍ଟାର୍ଟ ଦେଉଛନ୍ତି । ମିଡଲ୍ ଅର୍ଡରରେ ବିରାଟ୍ କୋହଲି, ଶ୍ରେୟସ ଆୟର ଓ ଲୋକେଶ ରାହୁଲଙ୍କ ଫର୍ମ ଭଲ ଅଛି । ବୋଲିଂ ବିଭାଗରେ ମଧ୍ୟ ଭଲ କରୁଛନ୍ତି  ମହମ୍ମଦ ଶାମି, ଯଶପ୍ରୀତ ବୁମରା, ମହମ୍ମଦ ସିରାଜଙ୍କୁ ନେଇ ଗଠିନ ପେସ୍ ବାହିନୀ ।  ନ୍ୟୁଜିଲ୍ୟାଣ୍ଡ  ୪ଟି ମ୍ୟାଚ୍ ହାରିଯାଇଥିବା ବେଳେ ସେମିରେ ଦଳର ପ୍ରଦର୍ଶନ କ’ଣ ରହୁଛି, ତାହା ଉପରେ ନଜର ରହିବ ।