ଏସିଆନ୍ ଗେମ୍ସରେ ଭାରତକୁ ମହିଳା କ୍ରିକେଟ୍ ଦେଲା ସ୍ବର୍ଣ୍ଣ,

ଏସିଆନ୍ ଗେମ୍ସରେ ଭାରତକୁ ପୁଣି ସ୍ବର୍ଣ୍ଣ ପଦକ ମିଳିଛି । ସ୍ବର୍ଣ୍ଣ ପଦକ ଜିତିଲେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ । ଶ୍ରୀଲଙ୍କାକୁ ହରାଇ ମେଡାଲ ଜିତିଲେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ । ଫାଇନାଲରେ ୧୯ ରନରେ ଜିତିଲା ଭାରତ । ପ୍ରଥମେ ବ୍ୟାଟିଂ କରି ୧୧୬ ରନ କରିଥିଲା ଭାରତ  । ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ସେହିପରି ପ୍ରଥମେ ବୋଲିଂ କରିଥିଲା ଶ୍ରୀଲଙ୍କା ଦଳ । ଭାରତ ୨୦ ଓଭରରେ ୭ ୱିକେଟ ହରାଇ ୧୧୬ ରନ କରିଥିଲା । ଦଳ ପକ୍ଷରୁ ସ୍ମୃତି ମାନ୍ଧନା ୪୬, ଜେମିମା ୪୨ ରନ କରିଥିଲେ । ୧୧୭ ରନ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଶ୍ରୀଲଙ୍କା ଦଳ ୨୦ ଓଭରରେ ୯୭ ରନ କରିବାରେ ସକ୍ଷମ ହୋଇଥିଲା ।