ଫେରିବେ କି ପନ୍ଥ!
କୋଚ ରାହୁଲଙ୍କ ବଡ଼ ବୟାନ । ଟି -20 ବିଶ୍ୱକପ୍ ପାଇଁ ଋଷଭ ପନ୍ତ ଫିଟ୍! ଆଇସିସି ଟି -20 ବିଶ୍ୱକପ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ଏହି ଫର୍ମାଟରେ ଶେଷ ଅନ୍ତର୍ଜାତୀୟ ସିରିଜ୍ ଖେଳିଥିଲା। ବର୍ତ୍ତମାନ ଏହି ମେଗା ଟୁର୍ନାମେଣ୍ଟରେ ପ୍ରବେଶ କରିବା ପୂର୍ବରୁ ଟିମ୍ ଇଣ୍ଡିଆର ଗୋଟିଏ ବି ମ୍ୟାଚ୍ ହେବ ନାହିଁ। ଇଣ୍ଡିଆନ୍ ପ୍ରିମିୟର ଲିଗରେ ଖେଳାଳିଙ୍କ ପ୍ରଦର୍ଶନ ଆଧାରରେ ଟି -20 ବିଶ୍ୱକପ୍ରେ ଭାରତୀୟ ଦଳ କିପରି ହେବ ସେନେଇ ଚୟନକର୍ତ୍ତାମାନେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ବର୍ତ୍ତମାନ ସମସ୍ତଙ୍କ ଆଖି ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବଙ୍କ ସହ ଋଷଭ ପନ୍ତଙ୍କ ଉପରେ ରହିବ। ତେବେ ଏହି ବଡ଼ ଟୁଣ୍ଣାମେଣ୍ଟରେ ଚର୍ଚା ହେଉଛି ଯେ ଋଷଭ ପନ୍ଥ ଫେରିବେ ବୋଲି ନିଜେ କୋଚ ରାହୁଲ ଦ୍ରାବିଡ଼ କହିଛନ୍ତି । ତେବେ ସେ ଥଟ୍ଟାରେ କହିଛନ୍ତି କି ସତରେ କହିଛନ୍ତି ତାକୁ ନେଇ ତାଙ୍କ ପ୍ରଶଂସକମାନେ ଆଲୋଚନା କରୁଛନ୍ତି ।