ବିରାଟ କୋହଲିଙ୍କ ବିଶ୍ବ ରେକର୍ଡ

ବିରାଟ କୋହଲିଙ୍କ ବିଶ୍ବ ରେକର୍ଡ । ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚକୁ ସ୍ବତନ୍ତ୍ର କରିଛନ୍ତି ବିରାଟ। ୱେଷ୍ଟଇଣ୍ଡିଜ ବିପକ୍ଷ ତ୍ରିନିଦାଦ ଟେଷ୍ଟର ପ୍ରଥମ ଇନିଂସରେ ବିରାଟ ୧୨୧ ରନର ଶତକୀୟ ଇନିଂସ୍‌ ଖେଳିଛନ୍ତି।  ବିଶ୍ୱ କ୍ରିକେଟରେ ସର୍ବାଧିକ ଅନ୍ତର୍ଜାତୀୟ ରନ ସ୍କୋର କରିଥିବା ଶ୍ରେଷ୍ଠ-୫ ଖେଳାଳିଙ୍କ ତାଲିକାରେ ନିଜ ନାମ ଯୋଡ଼ିଛନ୍ତି। ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ୧୦୦ ତମ ଟେଷ୍ଟରେ ଦୃଢ଼ ସ୍ଥିତିରେ ଭାରତ ରହିଛି। ଭାରତ ପ୍ରଥମ ପାଳି ୧୨୮ ଓଭରରେ ୪୩୮ ରନ କରିଛି । ବିରାଟ କୋହଲି ୧୨୧, ରୋହିତ ଶର୍ମା ୮୦, ରବୀନ୍ଦ୍ର ଜାଦେଜା ୬୧, ଆର ଅଶ୍ବିନ ୫୬ ରନ କରିଛନ୍ତି । ବୋଲର  ଜୋମେଲ ୱାରିକାନ୍ ୩/୮୯, କେମାର ରୋଚ୍ ୩/୧୦୪, ସଫଳତା ପାଇଥିଲେ ।

ଅନ୍ୟପଟେ କ୍ୟାରିୟର ୫୦୦ ତମ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳୁଥିବା ରନ୍‌ ମେସିନ୍‌ ବିରାଟ କୋହଲି ହାସଲ କରିଛନ୍ତି ଖାସ୍‌ ଉପଲବ୍ଧି। ବିରାଟ ଟେଷ୍ଟ କ୍ରିକେଟରେ କ୍ୟାରିୟର 29 ତମ ଶତକୀୟ ଇନିଂସ୍‌ ଖେଳିଛନ୍ତି  ।ସଚିନ ତେନ୍ଦୁଲକର ଏହି ତାଲିକାରେ ପ୍ରଥମ ସ୍ଥାନରେ ଅଛ। କୋହଲି ବର୍ତ୍ତମାନ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି। କୋହଲି ବର୍ତ୍ତମାନ ତାଙ୍କ ନାମରେ ୨୫,୫୮୨ରନ କରିଛନ୍ତି। କୋହଲିଙ୍କ ଉପରକୁ ସଚିନ ତେନ୍ଦୁଲକର, କୁମାର ସାଙ୍ଗାକାରା, ରିକି ପଣ୍ଟିଂ ଏବଂ ମହେଲା ଜୟୱର୍ଦ୍ଧନେ ଅଛନ୍ତି। ଏହାସହ ୫୦୦ତମ ମ୍ୟାଚ୍‌ରେ ଶତକ ହାସଲ କରିବାରେ କୋହଲି ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି।