ଆଜି ଭିନେଶଙ୍କ ସିଲଭର ମେଡାଲକୁ ନେଇ ଆସିବ ରାୟ

କେବେ ଭାରତ ଫେରିବେ ଭିନେଶ ଫୋଗାଟ୍। ପ୍ୟାରସ୍ ଅଲିମ୍ପିକ୍ସ ଶେଷ ହେବା ପରେ ଆଜି ଭାରତୀୟ ଦଳ ସ୍ୱଦେଶ ଫେରୁଛି । ହେଲେ ଭିନେଶ ଫୋଗାଟ ଫେରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।ଗତକାଲି ଭିନେଶଙ୍କୁ ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରୁ ବାହାରୁ ଥିବାର ଦେଖିବାକୁ ମିଳିଛି। ଆଜି ଭିନେଶଙ୍କ ସିଲଭର ମେଡାଲକୁ ନେଇ ରାୟ ଆସିବାର ଅଛି। ରାୟ ଆସିବା ପୂର୍ବରୁ ସେ ଭାରତ ଫେରିନପାରନ୍ତି। ଚୂଡାନ୍ତ ରାୟ ଆସିବା ପରେ ଭିନେଶ ଆସନ୍ତାକାଲି ଭାରତ ଫେରିବାର ଯଥେଷ୍ଟ ସମ୍ଭାବନା ରହଛି। ପ୍ୟାରସ୍ ଅଲିମ୍ପିକ୍ସ ଜୁଲାଇ ୨୬ରୁ ଅଗଷ୍ଟ ୧୧ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଅଲିମ୍ପିକ୍ସ ଶେଷ ହେବା ପରେ ଅନେକ ଆଥଲେଟ୍ ଭାରତ ଫେରି ଆସିଛନ୍ତି। ହେଲେ ଉଦଯାପନୀ  ସମାରୋହରେ ସାମିଲ ହେବା ପାଇଁ ଥିବା ଆଥ୍ଲେଟ୍ ଆଜି ଭାରତ ଫେରିବେ। ସିଲିଭର ମେଡାଲ ଜିତିଥିବା ନୀରଜ ଚୋପ୍ରା ପ୍ୟାରିସ୍ରୁ ଜର୍ମାନୀ ଗସ୍ତ କରିଛନ୍ତି। ଏକ ମାସ ପରେ ସେ ଭାରତ ଫେରିବେ। ଏହା ବାଦ୍ ଅନ୍ୟ ସବୁ ଆଥଲେଟ୍ ଭାରତ ଫେରୁଥିବା ବେଳେ ଭିନେଶ ଫୋଗଟଙ୍କ ଉପରେ ନଜର ରହିଛି।