କେନ୍ ୱିଲିୟମସନଙ୍କୁ ଆଉଟ୍ କରିବା ପରେ ଅକ୍ଷରଙ୍କ ପାଦ ଛୁଇଁଲେ ବିରାଟ
ରବିବାର ଦିନ ଭାରତ ନ୍ୟୁଜିଲାଣ୍ଡକୁ ୪୪ ରନରେ ହରାଇଛି | ହେଲେ ଏହି ମ୍ୟାଚ ବେଳେ ବିରାଟ କୋହଲି ଏବଂ ଅକ୍ଷର ପଟେଲଙ୍କ ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି । ମ୍ୟାଚ୍ ସମୟରେ ନ୍ୟୁଜିଲାଣ୍ଡ ଟିମ୍ ୨୫୦ ରନର ଟାର୍ଗେଟ ପିଛା କରୁଥିଲେ । ଟିମ୍ ଇଣ୍ଡିଆର ବୋଲର ଗୋଟିଏ ପରେ ଗୋଟିଏ ୱିକେଟ ନେଉଥିଲେ ସୁଦ୍ଧା କେନ ୱିଲିୟମସନ୍ ଗୋଟେ ପଟେ ସେପରି ଠିଆ ହୋଇଥିଲେ । ହେଲେ ଅକ୍ଷର ପଟେଲଙ୍କ ବୋଲିଂରେ କେନ ୱିଲିୟମସନଙ୍କ ୱିକେଟ ଯାଇଥିଲା । ଅକ୍ଷରଙ୍କ ବୋଲିଂରେ କେଏଲ ରାହୁଲ ତାଙ୍କୁ ଷ୍ଟମ୍ପିଂ କରିଥିଲେ । ସେ ୮୧ ରନ୍ କରି ଆଉଟ୍ ହୋଇଥିଲେ ।
ଏହି ସମୟରେ ଅନ୍ୟ ଖେଳାଳିମାନେ ଅକ୍ଷରଙ୍କୁ ୱିକେଟ୍ ପାଇଁ ଅଭିନନ୍ଦନ ଜଣାଇବାକୁ ପହଞ୍ଚିବା ମାତ୍ରେ କୋହଲି ତାଙ୍କ ପାଖକୁ ଯାଇ ମଜାରେ ଅକ୍ଷରଙ୍କ ପାଦ ଛୁଇଁଲେ । ଆଉ ଅକ୍ଷର ତାଙ୍କୁ ଏପରି କରିବାରୁ ବାରଣ କରିଥିଲେ । ତେବେ ଏହି ମଜାଦାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ।