ଆମେରିକା ନିଜ ପ୍ରଥମ ମ୍ୟାଚ୍ରେ ପାରାଗୁଏକୁ ଏକତରଫା ଭାବେ ୪-୧ ଗୋଲ୍ରେ ହରାଇଲା
ଅନ୍ୟତମ ସହ ଆୟୋଜକ ଆମେରିକା ଚଳିତ ଫୁଟ୍ବଲ୍ ବିଶ୍ବକପ୍ରେ ଆଧିପତ୍ୟଭରା ଆରମ୍ଭ କରିଛି। ଶନିବାର ସକାଳେ (ଭାରତୀୟ ସମୟ) ଖେଳିଥିବା ନିଜ ପ୍ରଥମ ମ୍ୟାଚ୍ରେ ପାରାଗୁଏକୁ ଏକତରଫା ଭାବେ ୪-୧ ଗୋଲ୍ରେ ହରାଇ ଦେଇଛି। ଫଳରେ ଘରୋଇ ପରିବେଶରେ ପ୍ରଥମ ଥର ବିଜେତା ହେବା ଲାଗି ପ୍ରଥମ ପାହାଚ ଚଢ଼ିଛି। ବିଶ୍ବକପ୍ରେ ଆମେରିକାର ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ତୃତୀୟ ସ୍ଥାନ।
ଆମେରିକା ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ
ଯାହା ଏହି ଦଳ ୯୬ବର୍ଷ ତଳେ ଅର୍ଥାତ୍ ୧୯୩୦ ମସିହାରେ ହାସଲ କରିଥିଲା। ଗ୍ରୁପ୍-ଡି’ର ଏହି ପ୍ରଥମ ମୁକାବିଲାରେ ତାରକା ଆଗ୍ରଭାଗ ଖେଳାଳି ଫ୍ଲୋରିଆନ୍ ବାଲୋଗନ ଦୁଇଟି ଗୋଲ୍ (୩୧, ୪୫+୫) ଦେଇ ଆମେରିକା ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପୂରା ଆମେରିକୀୟ ଦଳ ମଧ୍ୟ ନିଜ ଆକ୍ରମଣାତ୍ମକ ଖେଳର ବଳିଷ୍ଠ ନମୁନା ଦେଖାଇ ଆରମ୍ଭରୁ ପାରାଗୁଏ ଉପରେ ଅସହ୍ୟ ଚାପ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ ପାରାଗୁଏ ଖେଳାଳି ଡାମିଏନ୍ ବୋବାଡିଲା ସପ୍ତମ ମିନିଟ୍ରେ ଏକ ଆତ୍ମଘାତି ଗୋଲ୍ ଦେଇ ପ୍ରତିପକ୍ଷ ଆମେରିକାକୁ ଅଗ୍ରଣୀ ଉପହାର ଦେଇଥିଲେ। ଆମେରିକା ପକ୍ଷରୁ ଅନ୍ୟ ଗୋଲ୍ଟି ଜାଓଭାନି ରେୟନା (୯୦+୮) ଦେଇଥିଲେ। ଆମେରିକା ତା’ର ପରବର୍ତ୍ତୀ ମ୍ୟାଚ୍ରେ ଅଷ୍ଟ୍ରିୟାକୁ ଏବଂ ନିଜ ପୁରୁଣା ଚମକ ଫେରି ପାଇବାକୁ ସଂଘର୍ଷ କରୁଥିବା ତୁର୍କୀକୁ ଭେଟିବ ପାରାଗୁଏ।
ଶନିବାର ପ୍ରଥମମାର୍ଦ୍ଧ ସୁଦ୍ଧା ଆମେରିକା ୨-୦ରେ ଆଗୁଆ ରହିବା ପରେ ଦ୍ବିତୀୟାର୍ଦ୍ଧରେ ଆଉ ଦୁଇଟି ଗୋଲ୍ ଦେଇ ସହଜ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ ପାରାଗୁଏ ମୌରିସିଓ ପ୍ରାଡୋ (୭୩ ମିନିଟ୍)ଙ୍କ ମଧ୍ୟମରେ ମାତ୍ର ଗୋଟିଏ ଗୋଲ୍ ତିନିଟି ଗୋଲ୍ ବ୍ୟବଧାନରେ ପରାସ୍ତ ହୋଇଥିଲା। ମ୍ୟାଚ୍ ପରେ ଆମେରିକା ଅଧିନାୟକ ଟିମ୍ ରିୟମ ନିଜ ଦଳର ପ୍ରଦର୍ଶନ ନେଇ ଖୁସି ଜାହିର କରିଥିଲେ। ଆମେ ଠିକ୍ ଏହିଭଳି ଆରମ୍ଭ ଚାହୁଥିଲୁ ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ।