ଭାରତ- ପାକିସ୍ତାନ ଚମ୍ପିଆନ୍ସ ଟ୍ରଫି ଆୟୋଜନ କରିବା ପାଇଁ ପ୍ରସ୍ତୁତ UAE

ଦୀର୍ଘ ଦିନ ଧରି ଚମ୍ପିଆନ୍ସ ଟ୍ରଫି- ୨୦୨୫କୁ ନେଇ ବିବାଦ ଲାଗି ରହିଥିଲା । ଏହା କେଉଁଠି ଖେଳାଯିବ ସେନେଇ କୌଣସି ଅଧିକାରିକ ସୂଚନା ପ୍ରଦାନ କରାଯାଇନଥିଲା । ଏବେ ଏହି ସବୁ କଳ୍ପନାଜଳ୍ପନାର ଅନ୍ତ ହେବାକୁ ଯାଉଛି । ସଂଯୁକ୍ତ ଆରବ ଏମିରେଟ୍ସ(UAE) ଭାରତ- ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫି ଆୟୋଜନ କରିବାକୁ ଦାବି କରିଛି ।

UAE ଭାରତ- ପାକିସ୍ତାନ ମଧ୍ୟରେ ଚମ୍ପିଆନ୍ସ ଟ୍ରଫି ୨୦୨୫ ଆୟୋଜନ କରିବା ପାଇଁ ପ୍ରସ୍ତୁତ ଅଛି । ଏନେଇ ଦିଲ୍ଲୀରେ ଗଣମାଧ୍ୟମଙ୍କ ସହ କଥାବାର୍ତ୍ତା ବେଳେ ଭାରତ- ପାକିସ୍ତାନ ମ୍ୟାଚ୍ ଆୟୋଜନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ଭାରତର UAE ରାଷ୍ଟ୍ରଦୂତ ଅବ୍ଦୁଲନାସିର ଅଲଶାଲି ।