୧୬୮ ରନ୍ରେ ହାରିଲା ନ୍ୟୁଜିଲାଣ୍ଡ୍
ଅହମଦାବାଦ: ୧୬୮ ରନ୍ରେ ହାରିଲା ନ୍ୟୁଜିଲାଣ୍ଡ୍ । ସିରିଜ ଜିତିଲା ଭାରତ । ଶୁବମନ ଗିଲ୍ଙ୍କ ପ୍ରଥମ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ଶତକ ଦଳକୁ ବିଜୟ ଦେବାରେ ସହାୟକ ହେଲା ।
.@ShubmanGill scored a remarkable 126* off just 63 deliveries and bagged the Player of the Match award as #TeamIndia registered a 168-run victory in the #INDvNZ T20I series decider 👏🏻👏🏻
Scorecard – https://t.co/1uCKYafzzD… #INDvNZ @mastercardindia pic.twitter.com/OhPzHbgxsK
— BCCI (@BCCI) February 1, 2023
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶ୍ରେଷ୍ଠ ବୋଲିଂ ବଳରେ ବୁଧବାର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ନ୍ୟୁଜିଲାଣ୍ଡକୁ ୧୬୮ ରନ୍ରେ ପରାସ୍ତ କରିଛି ଭାରତ । ଭାରତ ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିନେଇଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ୧୬୮ ରନ୍ରେ ଜିତି ଭାରତ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ରେ ସର୍ବବୃହତ୍ ବ୍ୟବଧାନ ବିଜୟ ପାଇପାରିଛି। ଶୁବମନ୍ ଗିଲ୍ ମ୍ୟାଚ୍ର ଏବଂ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ଶୁଭମନ ଗିଲ ମାତ୍ର ୬୩ ବଳରେ ୧୨ ଚୌକା ୭ ଛକା ବଳରେ ୧୨୬ ରନ କରି ଅପରାଜିତ ରହିଥିଲେ । ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭ୍ରମଣକାରୀ ଦଳ ଗୋଟିଏ ପରେ ଗୋଟିଏ ଉଇକେଟ ହରାଇ ଚାଲିଥିଲେ । ଅର୍ଶଦୀପ ଓ ପାଣ୍ଡ୍ୟା ପ୍ରଥମରୁ ୱିକେଟ୍ ପୋଛି ନେବା ସହ ପାୱାର ପ୍ଲେ ମଧ୍ୟରେ ୫ ୱିକେଟ୍ ଖସାଇ ଦେଇଥିଲେ। ତଥାପି ପଞ୍ଚମ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିବା ଡାରିଲ୍ ମିଚେଲ୍ ସଂଘର୍ଷପୂର୍ଣ୍ଣ ପାଳି ଖେଳି ୩୫ ରନ୍ କରିବା ସହ ଶେଷ ପର୍ଯ୍ୟନ୍ତ ଭାରତୀୟ ବୋଲରଙ୍କ ସହ ଲଢିଥିଲେ। ପାଣ୍ଡ୍ୟା ଏହି ମ୍ୟାଚ୍ରେ ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ଦେଇଥିଲେ। ଏଥିପୂର୍ବରୁ ଇଂଲଣ୍ଡ ବିପକ୍ଷରେ ୨୦୨୨ରେ ୪/୩୩ ଓ ୨୦୧୮ରେ ୪/୩୮ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା।
𝘼𝙣 𝙚𝙢𝙥𝙝𝙖𝙩𝙞𝙘 𝙫𝙞𝙘𝙩𝙤𝙧𝙮!#TeamIndia win the third and final T20I by 1️⃣6️⃣8️⃣ runs and clinch the #INDvNZ series 2️⃣-1️⃣ 👌
Scorecard – https://t.co/1uCKYafzzD #INDvNZ @mastercardindia pic.twitter.com/QXHSx2J19M
— BCCI (@BCCI) February 1, 2023