ଜିମ୍ବାଓ୍ଵେ ବିପକ୍ଷରେ ଭାରତ ଜିତିଲା

ଭାରତ ଏବଂ ଘରୋଇ ଜିମ୍ବାଓ୍ଵେ ମଧ୍ୟରେ ଚାଲିଥିବା ପ୍ରଥମେ ଓ୍ବାନଡେରେ ଭାରତ ବିଜୟୀ ହୋଇଛି । ଜିମ୍ବାଓ୍ବେ 40.3 ଓଭରରେ 189 ରନ କରି ଅଲଆଉଟ ହୋଇଥିବା ବେଳେ ଭାରତ କୈାଣସି ଉଇକେଟ ନହରାଇ ମ୍ୟାଚ ଜିତି ଯାଇଛି।

ଧାଓ୍ବନ 81 ରନ୍ କରିଥିବା ବେଳେ ଗିଲ 82 ରନ କରିଥିଲେ । ହରାରେ ସ୍ପୋର୍ଟ୍ସ କ୍ଲବରେ ପ୍ରଥମ ଦିନିକିଆରେ ଭାରତୀୟ ବୋଲରମାନେ ଭଲ ବୋଲିଂ କରିଥିଲେ । ଦୀପକ ଚହରଙ୍କ ବଲ ସୁଇମିଂ ହୋଇଥିବା ଦେଖିବାକୁ ମିଳିଥିଲା । ଦୀପକ ଚହର 3ଟି ଉଇକେଟ ନେଇଥିବା ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା । ଅକ୍ଷର ପଟେଲ ଏବଂ ପ୍ରସିଦ୍ଧି କ୍ରିଷ୍ଣା 3ଟି ଉଇକେଟ ନେଇଛନ୍ତି । ସିରାଜ ଗୋଟିଏ ଉଇକେଟ ନେଇଛନ୍ତି । ଜିମ୍ବାଓ୍ବେ ପକ୍ଷରୁ ସର୍ବାଧିକ ରେଜିସ 35 ରନ କରିଥିବା ବେଳେ ରିଚାର୍ଡ 34 ରନ କରିଛନ୍ତି । ବ୍ରାଡ 33 ରନ କରିଛନ୍ତି ।

ଛଅ ବର୍ଷ ପରେ ଭାରତ ଏବଂ ଜିମ୍ବାଓ୍ଵେ ମଧ୍ୟରେ ଦ୍ଵିପାକ୍ଷିକ ସିରିଜ୍ ଖେଳାଯାଉଛି।