ରୁସୌ : ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସ୍ରେ ୧୫୦ରନ କରି ଅଲ୍ଆଉଟ ହୋଇଯାଇଛି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସ୍ରେ କୌଣସି ୱିକେଟ ନ ହରାଇ ୮୦ ରନ ସଂଗ୍ରହ କରିଛି । ଭାରତ ଏବେ ୭୦ ରନ ପଛରେ ରହିଛି ।ଭାରତ ବ୍ୟାଟିଂ ଆରମ୍ଭ କରି ପ୍ରଥମ ଇନିଂସ୍ରେ ଯଶସ୍ବୀ ଜୟସୱାଲଙ୍କ ୪୦ ଓ ରୋହିତ ଶର୍ମାଙ୍କ ୩୦ ରନ ବଳରେ ୮୦ ରନ ସଂଗ୍ରହ କରିଛି । ଭାରତର ଦୁଇ ଓପନିଂ ବ୍ୟାଟସମ୍ୟାନ ଅପରାଜିତ ଅଛନ୍ତି ।
5⃣0⃣-run stand! 🤝#TeamIndia off to a solid start, courtesy Captain @ImRo45 & debutant @ybj_19 🙌
Follow the match ▶️ https://t.co/FWI05P4Bnd #WIvIND pic.twitter.com/ys9kkbWh93
— BCCI (@BCCI) July 12, 2023
ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଏହାର ଓପ୍ନିଂ ଯୋଡ଼ି ୧୩ ଓଭର କ୍ରିଜ୍ରେ ରହି ୩୧ ରନ୍ ଯୋଡ଼ିଥିଲେ। ଏହାପରେ ମାତ୍ର ୪୫ ରନ୍ରେ ୱେଷ୍ଟଇଣ୍ଡିଜ୍ ୫ଟି ୱିକେଟ ହରାଇଥିଲା । ୨ ରନ୍ କରିଥିବା ତ୍ୟାଗନାରାୟଣ ଚନ୍ଦ୍ରପଲ୍ଙ୍କୁ ଆଉ୍ଟକରି ରବିଚନ୍ଦ୍ରନ୍ ଅଶ୍ବିନ୍ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଫଳରେ ପ୍ରଥମ ଭାରତୀୟ ବୋଲର ଭାବେ ଅଶ୍ବିନ ଉଭୟ ପିତା-ପୁତ୍ର (ଶିବନାରାୟଣ ଓ ତ୍ୟାଗନାରାୟଣ ଚନ୍ଦ୍ରପଲ୍)ଙ୍କୁ ଆଉଟ୍ କରିବାର କୃତିତ୍ବ ହାସଲ କରିଥିଲେ । ପରେ ଅଧିନାୟକ କ୍ରେଗ୍ ବ୍ରାଥ୍ୱେଟ୍ ୩ଟି ଚୌକା ସହ ୨୦ ରନ୍କରି ବିଦାୟ ନେଇଥିଲେ। ଆଲିକ୍ ଆଥାନାଜେ ୯୯ ବଲ୍ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୪୭ ରନ୍କରି ୮ମ ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ୍ ହୋଇଥିଲେ। ରାହ୍କିକ୍ କର୍ଣ୍ଣୱାଲ ୩ଟି ଚୌକା ସହ ୧୯ ରନ କରି ଅପରାଜିତ ଥିଲେ। ରବିଚନ୍ଦ୍ରନ୍ ଅଶ୍ବିନ ୫ଟି ଓ ରବୀନ୍ଦ୍ର ଜାଡ଼େଜା ୩ଟି ୱିକେଟ ନେଇଥିଲେ। ଏହି ମ୍ୟାଚ୍ରେ ଦୁଇ ଯୁବ କ୍ରିକେଟର ଯଶସ୍ବୀ ଜୟସୱାଲ ଓ ଈଶାନ୍ କିଷନ୍ ଟେଷ୍ଟ ପଦାର୍ପଣ କରିଛନ୍ତି।
🚨 Milestone Alert 🚨
7⃣0⃣0⃣ wickets in international cricket for @ashwinravi99! 👌 👌
Well done! 👏👏
Follow the match ▶️ https://t.co/FWI05P4Bnd #TeamIndia | #WIvIND pic.twitter.com/P6u5w7yhNa
— BCCI (@BCCI) July 12, 2023