ଆଫଗାନିସ୍ତାନ ବିପକ୍ଷ ଟି-୨୦ ପାଇଁ ରୋହିତ ଶର୍ମା ଅଧିନାୟକ
ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଆଫଗାନିସ୍ତାନ ବିପକ୍ଷ ଟି-୨୦ ପାଇଁ ରୋହିତ ଶର୍ମା ଅଧିନାୟକ ଭାବେ ଦାୟିତ୍ବ ତୁଲାଇବେ । ରୋହିତ ଶର୍ମା ଏବଂ ବିରାଟ କୋହଲି ଦଳକୁ ଫେରିଛନ୍ତି । ମହମ୍ମଦ ସିରାଜ ଏବଂ ଜଶପ୍ରିତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି । ବିସିସିଆଇ ପକ୍ଷରୁ ଟ୍ବିଟ୍ କରି ଏହି ସୂଚନା ଦିଆଯାଇଛି । ଆସନ୍ତା ୧୧ ତାରିଖରୁ ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ଖେଳିବ ଭାରତ । ଭାରତୀୟ ଦଳ: ରୋହିତ ଶର୍ମା,ଗିଲ, ଜୟସ୍ବାଲ, ତିଲକ ବର୍ମା, ରିଙ୍କୁ ସିଂ,ଜିତେଶ ଶର୍ମା,ସଞ୍ଜୁ ସାମସନ,ଶିଭମ ଦୁବେ,ଓ୍ବାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ରବି ବିଷ୍ଣୋଇ, କଲଦୀପ ଯାଦବ, ଅର୍ଶଦୀପ ସିଂ, ଆଭେସ ଖାନ୍, ମୁକେଶ କୁମାର ।