ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ରୋହିତ ଶର୍ମା ଏହି ଟେଷ୍ଟ ସିରିଜରେ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ଓ ଯଶପ୍ରୀତ ବୁମ୍ରା ଉପନାୟକ ହୋଇଛନ୍ତି । ତେବେ ୨୨ ବର୍ଷୀୟ ୱିକେଟ କିପର ଧ୍ରୁବ ଜୁରେଲଙ୍କୁ ଏହି ଟେଷ୍ଟ ସିରିଜରେ ସରପ୍ରାଇଜ ଭାବେ ଏଣ୍ଟ୍ରି ମିଳିଥିବା ବେଳେ ଈଶାନ କିଶାନ ଓ ମହମ୍ମଦ ଶାମୀଙ୍କୁ ସ୍ଥାନ ମିଳିନାହିଁ ।  ଭାରତୀୟ ଟେଷ୍ଟ ଟିମ୍: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ (ୱିକେଟ କିପର), କେଏସ ଭରତ (ୱିକେଟ କିପର), ଧ୍ରୁବ ଜୁରେଲ (ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଯଶପୀତ ବୁମ୍ରା (ଉପଅଧିନାୟକ, ଆବେଶ ଖାନ ।  ବିଶ୍ୱକପ ସମୟରେ ଶାମୀ ଆହତ ହେଇଥିବାରୁ ବର୍ତ୍ତମାନ ସେ ସୁସ୍ଥ ହୋଇ ନାହାନ୍ତି । ପ୍ରଥମ ଦୁଇଟି ମ୍ୟାଚ ପାଇଁ ଏହି ଟିମ୍ ଘୋଷଣା କରାଯାଇଥିବା ଜଣାପଡ଼ିଛି । ଜାନୁଆରୀ ୨୫-୨୯ ପ୍ରଥମ ଟେଷ୍ଟ, ଫେବୃଆରୀ ୨-୬ ଦ୍ୱିତୀୟ ଟେଷ୍ଟ, ଫେବୃଆରୀ ୧୫-୧୯ ତୃତୀୟ ଟେଷ୍ଟ, ଫେବୃଆରୀ ୨୩-୨୭ ଚତୁର୍ଥ ଟେଷ୍ଟ, ମାର୍ଚ୍ଚ ୭-୧୧ ପଞ୍ଚମ ଟେଷ୍ଟ ।