ମହିଳା ଟି-୨୦ ବିଶ୍ବକପ୍: ରୋମାଂଚକର ମ୍ୟାଚରେ ପାକିସ୍ତାନକୁ ହରାଇଲା ଭାରତ
କେପ୍ଟାଉନ: ରୋମାଂଚକର ମ୍ୟାଚରେ ପାକିସ୍ତାନକୁ ହରାଇଲା ଭାରତ । ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ମହିଳା ଟି-୨୦ ବିଶ୍ବକପ୍ରେ ପାକିସ୍ତାନକୁ ଭାରତ ୭ ୱିକେଟ୍ରେ ପରାସ୍ତ କରିଛି।
.@JemiRodrigues scored a stunning 5⃣3⃣* in the chase & bagged the Player of the Match award as #TeamIndia commenced their #T20WorldCup campaign with a win over Pakistan 🙌 👏
Scorecard ▶️ https://t.co/OyRDtC9SWK #INDvPAK pic.twitter.com/JvwfFtMkRg
— BCCI Women (@BCCIWomen) February 12, 2023
କେପ୍ଟାଉନ୍ର ନ୍ୟୁଲାଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଜେମିମା ରୋଡ୍ରିଗ୍ସ ଅର୍ଦ୍ଧଶତକ ହାସଲ କରିଥିଲେ । ଜେମିମା ଅପରାଜିତ ରହି ୩୮ଟି ବଲ୍ ଖେଳି ୫୩ ରନ୍ କରିଥିଲେ । ଜେମିମା ଓ ରିଚା ଘୋଷ ଅପରାଜିତ ୩୧ ରନ୍ ଧୈର୍ଯ୍ୟର ସହିତ ବ୍ୟାଟିଂ କରି ଭାରତକୁ ବିଜୟ ଦେଇଥିଲେ। । ପ୍ରଥମେ ବ୍ୟାଟିଂ କରି ପାକିସ୍ଥାନ ମହିଳା ଟିମ ୧୫୦ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ପାକିସ୍ତାନ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ୧୪୯ ରନ୍ ସଂଗ୍ରହ କରିଥିଲା। ଅଧିନାୟିକା ବିସମା ମାରୁଫ ପାକିସ୍ତାନ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ସେ ୫୫ଟି ବଲ୍ ଖେଳି ୭ଟି ଚୌକା ବଳରେ ବ୍ୟକ୍ତିଗତ ଭାବେ ଅପରାଜିତ ୬୮ ରନ୍ ଯୋଡ଼ିଥିଲେ। ଆୟେସା ନସୀମ ଅପରାଜିତ ୪୩ ରନ୍ କରିଥିଲେ। ସେହିପରି ସିଦ୍ରା ଅମୀନଙ୍କ ବ୍ୟାଟରୁ ୧୧ ରନ୍ ଅମଳ ହୋଇଥିଲା। ପାକିସ୍ତାନ ମାତ୍ର ୧୦ ରନ୍ରେ ପ୍ରଥମ ୱିକେଟ ହରାଇଥିଲା। ୪୨ ରନ୍ରେ ୨ୟ, ୪୩ ରନ୍ରେ ତୃତୀୟ ଓ ୬୮ ରନ୍ରେ ୪ର୍ଥ ୱିକେଟ୍ର ପତନ ଘଟିଥିଲା।
୧୫୦ ରନ୍ର ବିଜୟ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ପ୍ରାରମ୍ଭିକ ବ୍ୟାଟର ୟାସ୍ତିକା ଭାଟିଆ ୧୭ ରନ୍, ସେଫାଲି ବର୍ମା ୩୩ ରନ୍ ଓ ଅଧିନାୟିକା ହରମନପ୍ରୀତ କୌର ୧୬ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ୯୩ ରନ୍ ବେଳକୁ ଭାରତ ୩ଟି ମୂଲ୍ୟବାନ ୱିକେଟ୍ ହରାଇ ସାରିଥିଲା।
𝙏𝙝𝙖𝙩 𝙬𝙞𝙣𝙣𝙞𝙣𝙜 𝙛𝙚𝙚𝙡𝙞𝙣𝙜! ☺️
Well played, @JemiRodrigues 👏👏#TeamIndia | #T20WorldCup | #INDvPAK pic.twitter.com/CWbl2BtOP8
— BCCI Women (@BCCIWomen) February 12, 2023