ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟ୍ବେଣ୍ଟି-୨୦ ଆଜି

ରାଇପୁର: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟ୍ବେଣ୍ଟି-୨୦ ଚତୁର୍ଥ ମୁକାବିଲା  ଆଜି ଖେଳାଯିବ।  ୫ ମ୍ୟାଚ୍‌ ଶୃଙ୍ଖଳାରେ ସୂର୍ଯ୍ୟକୁମାର ଯାଦବଙ୍କ ଦଳ ଏବେ ୨-୧ରେ ଆଗୁଆ ରହିଛି। ଶୁକ୍ରବାର ଭାରତ ଜିତିଲେ ନିଶ୍ଚିତ ଶୃଙ୍ଖଳାରେ ସଫଳତା ଅର୍ଜନ କରିବ। ମାଥ୍ୟୁ ୱେଡଙ୍କ ଦଳ ନିଶ୍ଚିତ ଶୃଙ୍ଖଳାକୁ ପ୍ରଥମେ ୨-୨ ସ୍ତରକୁ ନେବାକୁ ସବୁ ଦମ ଖଟାଇବ ବୋଲି ଆଶା କରାଯାଉଛି। ପ୍ରଥମ ୩ ମ୍ୟାଚ୍‌ ଭଳି ରାଇପୁରର ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ ପିଚ୍‌ରେ ମଧ୍ୟ ରନ୍‌ ବର୍ଷା ହେବ ବୋଲି ବିଶ୍ବାସ କରାଯାଉଛି। ଚଳିତ ଶୃଙ୍ଖଳାରେ ପ୍ରଥମ ୩ ମ୍ୟାଚ୍‌ରେ ଉଭୟ ଦଳ ୧୨୩ ଚୌକା ଓ ୬୫ ଛକା ମାରି ସାରିଛନ୍ତି। ଗତ ମ୍ୟାଚ୍‌ରେ ଗ୍ଲେନ୍ ମ୍ୟାକ୍ସୱେଲ୍‌ ୪୮ ବଲ୍‌ରୁ ୧୦୪* ରନ୍‌ର ଅବିସ୍ମରଣୀୟ ପାଳି ଖେଳି ଭାରତ ହାତରୁ ବିଜୟ ଛଡ଼ାଇ ନେଇଥିଲେ। ଭାରତ ସମ୍ଭାବ୍ୟ ଏକାଦଶ: ଯଶସ୍ବୀ ଜୟସ୍ବାଲ, ଋତୁରାଜ ଗାଏକ୍ବାଡ୍‌, ଈଶାନ କିଶନ (ୱିକେଟରକ୍ଷକ), ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ରିଙ୍କୁ ସିଂହ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ/ଦୀପକ ଚହର, ପ୍ରସିଦ୍ଧ କୃଷ୍ଣ/ଅୱେସ ଖାନ୍‌, ମୁକେଶ କୁମାର।