ଟି୨୦ ରାଙ୍କିଙ୍ଗ୍: ପୁଣି ବାଜି ମାରିଲେ ସୂର୍ଯ୍ୟକୁମାର
ଭାରତର ସୂର୍ଯ୍ୟକୁମାର ଯାଦବ କ୍ରମାଗତ 2ୟ ବର୍ଷ ଲାଗି ବର୍ଷର ଶ୍ରେଷ୍ଠ ଟ୍ବେଣ୍ଟି 20 କ୍ରିକେଟର ପୁରସ୍କାର ପାଇଛନ୍ତି । ଟି 20 କ୍ରିକେଟରେ ତାଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ସୂର୍ଯ୍ୟଙ୍କୁ ଏହି ସମ୍ମନଜନକ ପୁରସ୍କାର ମିଳିଛି । ଆସନ୍ତା ଟ୍ବେଣ୍ଟି 20 ବିଶ୍ବକପରେ ସୂର୍ଯ୍ୟକମୁାର ଭରତୀୟ ଦଳର ପ୍ରମୁଖ ବ୍ୟାଟସମ୍ୟାନ ଭୂମିକା ନିର୍ବାହ କରିବାକୁ ଯାଉଛନ୍ତି । ସୂର୍ଯ୍ୟକମୁାର ତାଙ୍କ ଇନଷ୍ଟାଗ୍ରାମରେ ଏହି ପୁରସ୍କାର ଗ୍ରହଣ କରିବାର ଫଟୋ ଛାଡ଼ିଛନ୍ତି । ଏଥିରେ େସ ଭାରତୀୟ ଦଳର ଜର୍ସି ଓ ଅଇସିସି ଦ୍ବାରା ପ୍ରଦତ୍ତ ସ୍ବତନ୍ତ୍ର ଟୋପି ପିନ୍ଧି ଟ୍ରଫି ଧରିଥିବା ଦେଖିବାକୁ ମିଳୁଛି । 2023ରେ ଆନ୍ତର୍ଜାତିକ ଟ୍ବେଣ୍ଟି 20 କ୍ରିକେଟର ସୂର୍ଯ୍ୟକୁମାର ଯାଦବ ଚମତ୍କାର ପ୍ରଦର୍ଶନ କରିଥିଲା । ସେ 17 ଟି ଟ୍ବେଣ୍ଟି ଇନିଂସରୁ 155.95 ଷ୍ଟ୍ରଇକରେଟ ଓ 48.86 ଆଭରେଜରେ ପ୍ରଭାବଶାଳୀ 733 ରନ କରିଥିଲେ । ଆହତ ଥିବା ଯୋଗୁଁ 2024 ଆଇପିଏଲ ଆରମ୍ଭରୁ ସୂର୍ଯ୍ୟକୁମାର ଯାଦବ କିଛି ମ୍ୟାଚ ଖେଳିନଥିଲେ । ପରେ ସେ 167.47 ଷ୍ଟ୍ରଇକରେଟରେ ମୋଟ 345 ରନ କରିଥିଲେ । ଏଥିରେ ସାମିଲ ଥିଲା 51 ବଲରୁ ଅପରାଜିତା ଶତକ ।