ବାଂଲାଦେଶକୁ ୨୧ ରନ୍ର ପରାସ୍ତ କଲା ଶ୍ରୀଲଙ୍କା
କଲମ୍ବୋ: ଏସିଆ କପ୍-୨୦୨୩ ଅଧିନ ସୁପର-୪ ମୁକାବିଲାର ୨ୟ ମ୍ୟାଚ୍ରେ ବାଂଲାଦେଶକୁ ଶ୍ରୀଲଙ୍କା ୨୧ ରନ୍ରେ ପରାସ୍ତ କରିଛି। ୨୫୮ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ବାଂଲାଦେଶ ଟିମ୍ ୪୮.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୨୩୬ ରନ୍ କରିପାରିଛି। ଆର୍ ପ୍ରେମ୍ଦାସା ଷ୍ଟାଡିୟମ୍ରେ ବାଂଲାଦେଶ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ ଶ୍ରୀଲଙ୍କା ବ୍ୟାଟିଂ କରିଥିଲା। ଘରୋଇ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ଟି ୱିକେଟ୍ ହରାଇ ୨୫୭ ରନ୍ ସଂଗ୍ରହ କରିଥିଲା। ଏଥିରେ ସଦୀରା ସମରାବିକ୍ରମାଙ୍କ ୯୩ ରନ୍ ଯୋଗଦାନ ଥିଲା। ଫଳରେ ବାଂଲାଦେଶକୁ ଏହି ମ୍ୟାଚ୍ ଜିତିବା ପାଇଁ ୨୫୮ ରନ୍ର ଆବଶ୍ୟକତା ଥିଲା । ବାଂଲାଦେଶ ପାଇଁ ତୋହିଦ ହରଦୋଏ ସର୍ବାଧିକ ୮୨ ରନ୍ ସଂଗ୍ରହ କରିଥିଲେ। ସେ ୯୭ଟି ବଲ୍ ଖେଳି ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ବାଂଲାଦେଶର ଅନ୍ୟ ଖେଳାଳିଙ୍କ ବଡ଼ ଯୋଗଦାନ ନଥିଲା। ଘରୋଇ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ଟି ୱିକେଟ୍ ହରାଇ ୨୫୭ ରନ୍ ସଂଗ୍ରହ କରିଥିଲା। ଏଥିରେ ସଦୀରା ସମରାବିକ୍ରମାଙ୍କ ୯୩ ରନ୍ ଯୋଗଦାନ ଥିଲା। ଫଳରେ ବାଂଲାଦେଶକୁ ଏହି ମ୍ୟାଚ୍ ଜିତିବା ପାଇଁ ୨୫୮ ରନ୍ର ଆବଶ୍ୟକତା ଥିଲା