ଭାରତ ୧୬ ରନ୍‌ରେ ଶ୍ରୀଲଙ୍କାଠୁ ହାରିଲା

ପୁଣେ: ଭାରତ ୧୬ ରନ୍‌ରେ ଶ୍ରୀଲଙ୍କାଠୁ ହାରିଲା । ପୁଣେରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ଭାରତ ୧୬ ରନ୍‌ରେ ପରାସ୍ତ ହୋଇଛି ।  ଶ୍ରୀଲଙ୍କା ୨୦୬ ରନ କରି ୬ଟି ଉଇକେଟ ହରାଇଥିଲା  ।  ନିଶାଙ୍କ ଓ କୁସାଲ ମେଣ୍ଡିସ୍‌ ଆରମ୍ଭରୁ ନିର୍ଦ୍ଧୁମ୍‌ ପ୍ରହାର କରି ପ୍ରଥମ ୱିକେଟ୍‌ରେ ୮୦ ରନ୍‌ ଯୋଡ଼ିଥିଲେ।  ଷଷ୍ଠ ସ୍ଥାନରେ ଆସିଥିବା ଅଧିନାୟକ ଦାସୁନ ଶନକା  ବିସ୍ଫୋରକ ବ୍ୟାଟିଂ କରି ୫୬ ରନ କରିବାରୁ ଦଳ ୨୦୦ ଅତିକ୍ରମ କରିପାରିଥିଲା।  ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଆସିଥିବା ଭାରତ ଆରମ୍ଭରୁ ଖରାପ ଖେଳିବା ସହ ୫୭ ରନ୍‌ ଭିତରେ ୫ ୱିକେଟ୍‌ ହରାଇ ସଂକଟରେ ପଡ଼ିଥିଲା। ସୂର୍ଯ୍ୟକୁମାର ଯାଦବ ୫୧ ଓ ଅକ୍ଷର ପଟେଲ ୬୫ ରନ କରି ଦଳର ଭାର ନିଜ କାନ୍ଧକୁ ନେଇ ଦୁଇ ପଟରୁ ରନ୍‌ ବାହାର କରିଥିଲେ। ତେବେ ଅର୍ଦ୍ଧଶତକ କରିବା ପରେ ସୂର୍ଯ୍ୟ ଆଉ ଏକ ଛକା ମାରିବାକୁ ଯାଇ ମିଡ୍‌ ଅଫ୍‌ରେ ଧରାପଡ଼ିଯାଇଥିଲେ। ତଥାପି ଅକ୍ଷରଙ୍କ ସହ ଶିବମ ମାଭି ଶେଷ ଓଭର ପର୍ଯ୍ୟନ୍ତ ଲଢ଼ିଥିଲେ ହେଁ ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲେ।