ନବନିର୍ବାଚିତ କୁସ୍ତି ସଙ୍ଘ ନିଲମ୍ବିତ
ନୂଆଦିଲ୍ଲୀ: କୁସ୍ତି ଯୋଦ୍ଧାଙ୍କ ବିରୋଧକୁ ଦେଖି ସଙ୍ଘକୁ ନିଲମ୍ବିତ କରି ଦେଇଛି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ । ଏହାସହ ସଭାପତି ଭାବେ ନିର୍ବାଚିତ ସଞ୍ଜୟ ସିଂଙ୍କ ସମସ୍ତ ନିଷ୍ପତ୍ତି ଉପରେ ରୋକ ଲଗାଯାଇଛି । ପରବର୍ତ୍ତି ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସଙ୍ଘର ସମସ୍ତ ପ୍ରକାର କାର୍ଯ୍ୟକଳାପ ଉପରେ ରୋକ ଲଗାଇ ଦିଆଯାଇଛି । ନିର୍ବାଚନ ଫଳାଫଳ ସଞ୍ଜୟ ସିଂ ନାମ ଆସିବା ପରେ କୁସ୍ତିଯୋଦ୍ଧା ସାକ୍ଷୀ ମଲିକ କୁସ୍ତିରୁ ସନ୍ୟାସ ନେଇ ଯାଇଥିଲେ । ବ୍ରିଜଭୂଷଣଙ୍କ ପରି ଅନ୍ୟ ଜଣେ କୁସ୍ତି ସଙ୍ଘର ଅଧ୍ୟକ୍ଷ ହେଲେ ବୋଲି ସେ ଅଭିଯୋଗ କରିଥିଲେ । ଅନ୍ୟପକ୍ଷେ ସଞ୍ଜୟ ସିଂଙ୍କ ପ୍ରତିବାଦରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ପଦ୍ମଶ୍ରୀ ଫେରାଇ ଦେଇଥିଲେ ।