ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ୍
କେପଟାଉନ: ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ୍। କେପଟାଉନରେ ମ୍ୟାଚ୍ ଅନୁଷ୍ଠିତ ହେବ। ରୋହିତ ଶର୍ମାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତର ଶୋଚନୀୟ ପରାଜୟ ହୋଇଥିଲା। ଗୋଟିଏ ଇନିଂସ ଓ ୩୨ ରନରେ ଦକ୍ଷିଣ ଆଫ୍ରିକାଠୁ ପରାଜିତ ହୋଇଥିଲା ଭାରତ। ପ୍ରଥମ ଟେଷ୍ଟ ମ୍ୟାଚର ତ୍ରୁଟିକୁ ସୁଧାରି ଦ୍ବିତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛି ଭାରତ।ଘରୋଇ ଦଳର ବୋଲିଂ ଆଗରେ ଆତ୍ମସମର୍ପଣ କରିଥିବା ଭାରତୀୟ ବ୍ୟାଟର୍ କିଭଳି ଯୋଜନାରେ ଖେଳିବେ ଏବଂ ଭ୍ରମଣକାରୀ ଦଳର ବୋଲିଂ ଆକ୍ରମଣ କିଭଳି ରହିବ େସଥିନେଇ ରୋହିତ ଶର୍ମା େବଶ୍ ଚିନ୍ତିତ ଅଛନ୍ତି। ଫିଟ୍ ଘୋଷିତ ରବୀନ୍ଦ୍ର ଜାଡ଼େଜା ଦଳକୁ ଫେରିବା ନିଶ୍ଚିତ ରହିଛି। ଫଳରେ ଭାରତର ମଧ୍ୟକ୍ରମ ବ୍ୟାଟିଂରେ ସନ୍ତୁଳନ ଆଣିବା ଓ ବୋଲିଂରେ ଦୃଢ଼ତା ଭରିବାର ସୁଯୋଗ ମିଳିବ। କିନ୍ତୁ ଦଳର ତୃତୀୟ ଓ ଚତୁର୍ଥ ପେସ୍ ବୋଲିଂ ବିକଳ୍ପ ରୋହିତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏଥି ପାଇଁ ପ୍ରସିଦ୍ଧ କୃଷ୍ଣ ଓ ଶାର୍ଦୁଳ ଠାକୁରଙ୍କୁ ନେଇ ବିଚାର ବିମର୍ଶ ଚାଲିଛି। ଟେଷ୍ଟ୍ କ୍ରିକେଟ୍ ପାଇଁ ପ୍ରସିଦ୍ଧ ଅନଭିଜ୍ଞ ଥିବାବେଳେ ଶାର୍ଦୁଳଙ୍କ ଉତ୍ଥାନ ପତନ ଧାରା ଆଜିକାଲି ଯଥେଷ୍ଟ ହେଉନାହିଁ। ଭାରତର ଶୀର୍ଷକ୍ରମ ବ୍ୟାଟିଂ ମଧ୍ୟ ସେଞ୍ଚୁରିଅନ୍ର ଉଭୟ ପାଳିରେ ସଂଘର୍ଷ କରିଥିଲା। ଯଶସ୍ବୀ ଜୟସ୍ବାଲ, ଶୁବମନ ଗିଲ୍, ଶ୍ରେୟସ ଆୟର ଉଭୟ ପାଳିରେ ବିଫଳ ହୋଇଥିଲେ। ରୋହିତ ଶର୍ମା ମଧ୍ୟ ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ।