ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କଲେ ସ୍ମୃତି ମନ୍ଧାନା
ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାର ତୃତୀୟ ମ୍ୟାଚରେ ଭାରତୀୟ ଓପନର ସ୍ମୃତି ମନ୍ଧାନା ଶତକ ହାସଲ କରିଥିଲେ ମଧ୍ୟ ୧୦୫ ରନ୍ ରେ ବୋଲିଂ କରି ପ୍ୟାଭିଲିୟନ୍ ଫେରିଛନ୍ତି । ପର୍ଥରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୯୯ ରନର ଟାର୍ଗେଟ ଦେଇଥିଲା । ତେବେ ଭାରତୀୟ ଦଳର ବ୍ୟାଟିଂ ଆରମ୍ଭ ଭଲ ନଥିଲା ଏବଂ ଦଳର ପ୍ରଥମ ୱିକେଟ୍ ମାତ୍ର ୧୬ ରନ୍ ରେ ପଡ଼ିଯାଇଥିଲା । ଓପନର ରିଚା ଘୋଷ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ । ତେବେ ଏହା ପରେ ହର୍ଲିନ ଦେଓଲ ଓ ସ୍ମୃତି ମନ୍ଧାନା ଇନିଂସ ହାତକୁ ନେଇଥିଲେ।