ଚଳିତ ବର୍ଷ ଚାମ୍ପିୟନ୍ସ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ଦଳର ଷ୍ଟାର ଓପ୍ନର ଶୁବମନ ଗିଲ୍ଙ୍କୁ ବୁଧବାର ଫେବୃଆରୀ ମାସ ପାଇଁ ଆଇସିସି ମେନ୍ସ ପ୍ଲେୟର ଅଫ୍ ଦି ମନ୍ଥ୍ ବିବେଚିତ କରାଯାଇଛି। ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଓ ନ୍ୟୁଜିଲାଣ୍ଡର ଗ୍ଲେନ୍ ଫିଲିପ୍ସଙ୍କୁ ପଛରେ ପକାଇ ଗିଲ୍ ଏହି ପୁରସ୍କାର ଜିତିଛନ୍ତି। ଗତମାସରେ ଗିଲ୍ ୮ ଦିନିକିଆ ମ୍ୟାଚ୍ରେ ୧୦୧.୫୦ ଆଭରେଜ୍ ଓ ୯୪.୧୯ ଷ୍ଟ୍ରାଇକ୍ରେଟ୍ରେ ୪୦୬ ରନ୍ କରିଥିଲେ। ଏଥିରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ୩ ମ୍ୟାଚ୍ବିଶିଷ୍ଟ ସିରିଜ୍ ବି ସାମିଲ ରହିଛି। ସେ ନାଗପୁରରେ ୮୭, କଟକରେ ୬୦ ଓ ଅହମ୍ମଦାବାଦରେ ୧୧୨ ରନ୍ କରିଥିଲେ। ଏହାପରେ ଚାମ୍ପିୟନ୍ସ ଟ୍ରଫିରେ ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚ୍ରେ ୧୦୧ ରନ୍ର ଇନିଂସ ଖେଳିଥିଲେ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ